Connect with us

ରାଜ୍ୟ

କର୍ଣ୍ଣାଟକରେ ବର୍ଷା ବିତ୍ପାତ

କର୍ଣ୍ଣାଟକରେ ବର୍ଷା ବିତ୍ପାତ

କର୍ଣ୍ଣାଟକରେ ବର୍ଷା ବିତ୍ପାତ
ବେଙ୍ଗାଲୁରୁ,୨୦ା୮ : କର୍ଣ୍ଣାଟକରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ବର୍ଷା, ବନ୍ୟା ଓ ଭୁସ୍ଖଳନରେ ଅଧିକ କ୍ଷତିଗ୍ରସ୍ତ କୁଡାଗୁ ଜିଲ୍ଲାରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ବର୍ଷା, ବନ୍ୟା ଓ ଭୁସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଁଚିଯାଇଛି । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ୧୨ ବୋଲି କୁହାଯାଇଛି ।

ସୋମବାର ସୁଦ୍ଧା ୩୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ରିଲିଫ ଶିବିରରେ ରଖାଯାଇଛି । ଭାରତୀୟ ସେନାବାହିନୀର ଡୋଗ୍ରା ରେଜିମେଣ୍ଟ ଓ କର୍ଣ୍ଣାଟକ ପାରାମିଲିଟାରୀ ସ୍ୱେଚ୍ଛାସେବୀମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରି କୁଡାଗୁ ଜିଲ୍ଲାର ସୋମୁଆରପେଟଠାରେ ଅଟକି ରହିଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେଇଛନ୍ତି । ରାଜ୍ୟ ରାଜସ୍ୱ ମନ୍ତ୍ରୀ ଆର୍ଭି ଦେଶପାଣ୍ଡେ ଓ ସହରାଞ୍ଚଳ ବିକାଶ ଏବଂ ଗୃହନିର୍ମାଣ ମନ୍ତ୍ରୀ ୟୁଟି ଖଦଡ ଭୁସ୍ଖଳନରେ କ୍ଷତିଗ୍ରସ୍ତ ଯୋଡୁପାଲା ଗସ୍ତ କରିଛନ୍ତି । ସେଠାରେ ଭୁସ୍ଖଳନ ଯୋଗୁଁ ବହୁମାତ୍ରାରେ ଧନସମ୍ପତ୍ତି ନଷ୍ଟ ହୋଇଛି । ଉଭୟ ମନ୍ତ୍ରୀ ରିଲିଫ୍ ଶିବିର ଗସ୍ତ କରି ଲୋକମାନଙ୍କ ସହ ଆଲୋଚନା କରିଛନ୍ତି ।

ଗୃହ ନିର୍ମାଣ ପାଇଁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବାକୁ ରାଜସ୍ୱମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ, କୁଡାଗୁ ପାଇଁ ୧୦୦ କୋଟି ଟଙ୍କା ଓ ଦକ୍ଷିଣ କନ୍ନଡ ଜିଲ୍ଲା ଗୁଡିକ ପାଇଁ ୫୦ କୋଟି ଟଙ୍କା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା କୁଡାଗୁ ଓ ଦକ୍ଷିଣ କନ୍ନଡ ସୀମାବର୍ତ୍ତୀ ସମ୍ବାଜି ଗ୍ରାମ ଗସ୍ତ କରିଛନ୍ତି । ସେ କହିଛନ୍ତି ଯେ, ବର୍ଷା ଯୋଗୁଁ ଯୋଡୁପାଲାର ସର୍ବାଧିକ କ୍ଷତି ଘଟିଛି । ସେଠାରେ ପ୍ରାୟ ୨୦୦ ବାସଗୃହ ନଷ୍ଟ ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ରାଜ୍ୟ