Connect with us

ଦେଶ

କମ୍ପ୍ୟୁଟର ଡାଟା ଉପରେ ନଜର ରଖିବା ନିୟମ ୨୦୦୯ରୁ ହୋଇଛି

ସାଙ୍କେତିକ

କମ୍ପ୍ୟୁଟର ଡାଟା ଉପରେ ନଜର ରଖିବା ନିୟମ ୨୦୦୯ରୁ ହୋଇଛି
ନୂଆଦିଲ୍ଲୀ,୨୧ା୧୨ : କମ୍ପ୍ୟୁଟର ଡାଟା ଉପରେ ୧୦ଟି ସଂସ୍ଥା ନଜର ରଖିବାକୁ ନେଇ ସରକାର ନିର୍ଦ୍ଦେଶ ଦେବା ପରେ ରାଜନୀତି ଆରମ୍ଭ ହୋଇଯାଇଛି । ଏହି ମଧ୍ୟରେ ସରକାର ନିଜ ପକ୍ଷ ରଖିଛନ୍ତି । ବିପକ୍ଷ ଦଳର ଆକ୍ରମଣ ଯବାବ ଦେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟସଭାରେ କହିଛନ୍ତି ଯେ, ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ଉପରେ କୌଣସି ପ୍ରଭାବ ପଡିବନାହିଁ ।

ସେ ଏହି ମାମଲାରେ ବିପକ୍ଷଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି କି, କମ୍ପ୍ୟୁଟର ଇନଷ୍ଟରୁମେଣ୍ଟ ଆସିବା ଏବେ ଆରମ୍ଭ ହୋଇଛି କିନ୍ତୁ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ୧୮ ବର୍ଷ ପୂର୍ବେ ଆସିଥିଲା । ସେକ୍ସନ ୬୯ରେ କୁହାଯାଇଛି ଯେ, ରାଷ୍ଟ୍ରୀୟ ସୁରକ୍ଷା ଏବଂ ଏକତାକୁ ନେଇ କୌଣସି ଚିନ୍ତାଜନକ ସ୍ଥିତିରେ ସକ୍ଷମ ସଂସ୍ଥା ଯାଞ୍ଚ କରିପାରିବ । ଜେଟଲୀ କହିଛନ୍ତି କି, ଏହି ନିୟମ ୨୦୦୯ରେ ହୋଇଥିଲା । କିଛି କିଛି ସମୟରେ ଏହି ଆଦେଶ ଜାରି କରାଯାଏ । ଯେଉଁଥିରେ ଏଭଳି ଯାଞ୍ଚ ପାଇଁ ସଂସ୍ଥା ଗୁଡିକୁ ଅଧିକୃତ କରାଯାଏ । ଏଥିରେ ସାଧାରଣ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡିବନାହିଁ । ଆଇଟି ଆକ୍ଟ ସେକ୍ସନ ୬୯ ଆଧାରରେ ଏହି ଆଦେଶ ଜାରି କରାଯାଇଛି । ଯେଉଁଥିରେ ରାଷ୍ଟ୍ରୀୟ ସୁରକ୍ଷା ବ୍ୟବସ୍ଥା ବିଷୟରେ କୁହାଯାଇଛି ।

ସରକାରଙ୍କ ମୁତାବକ ଏଭଳି ଆଦେଶ ପ୍ରଥମଥର ପାଇଁ କରାଯାଇନାହିଁ । ବିଭିନ୍ନ ବିପଦରୁ ଦେଶକୁ ରକ୍ଷା କରିବା ପାଇଁ ଏଭଳି ପୂର୍ବରୁ କରାଯାଇଛି । ଜେଟଲୀଙ୍କର ଏହି ଉତ୍ତରରେ ରାଜ୍ୟସଭାରେ ନେତା ପ୍ରତିପକ୍ଷ ଗୁଲାମ ନବୀ ଆଜାଦ ସନ୍ତୁଷ୍ଟ ହୋଇନାହାଁନ୍ତି । ସେ ପ୍ରଶ୍ନ କରିଛନ୍ତି କି, ସରକାରଙ୍କ ଏହି ଆଦେଶରେ କେଉଁଠାରେ ବି ରାଷ୍ଟ୍ରୀୟ ସୁରକ୍ଷା ବ୍ୟବସ୍ଥା ବିଷୟରେ କୁହାଯାଇନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ