Connect with us

ଓଡିଶା

କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କଂଗ୍ରେସରେ ଯୋଗ ଦେବେ

ସାଙ୍କେତିକ

କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କଂଗ୍ରେସରେ ଯୋଗ ଦେବେ
ଭୁବନେଶ୍ୱର: ବିଜେଡ଼ିରୁ ଇସ୍ତଫା ଦେଇଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କଂଗ୍ରେସରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । ଏନେଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଚିଠି ମିଳିଛି । ଗତକାଲି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ବିଜେଡ଼ର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ଦଳରେ ତାଙ୍କୁ ଅଣଦେଖା କରାଯାଇଛି ।

ସୂଚନାଯୋଗ୍ୟ କି, ତାଙ୍କୁ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ କନ୍ଧମାଳ ଲୋକସଭା କ୍ଷେତ୍ର ଲାଗି ପ୍ରାର୍ଥୀ କରାଯାଇ ନଥିଲା । ଏହାପରେ ସେ ଦଳର ସଭାପତିଙ୍କୁ ଭେଟି ନୟାଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ । ଗତକାଲି ସେ ଗଣମାଧ୍ୟମକୁ କହିଥିଲେ ଯେ ଯଦି ଦଳପକ୍ଷରୁ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୂଚନା ନଦିଆଯାଏ, ତେବେ ସେ ସ୍ୱାଧୀନଭାବେ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବାକୁ ପଛାଇବେ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା