Connect with us

ଓଡିଶା

କନ୍ଧମାଳ ଘଟଣାରେ ୨ ମନ୍ତ୍ରୀ , ଜିଲ୍ଲାପାଳଙ୍କ ନିଲମ୍ବନ ଦାବି କଲା ମହିଳା କଂଗ୍ରେସ

ସାଙ୍କେତିକ

କନ୍ଧମାଳ ଘଟଣାରେ ୨ ମନ୍ତ୍ରୀ , ଜିଲ୍ଲାପାଳଙ୍କ ନିଲମ୍ବନ ଦାବି କଲା ମହିଳା କଂଗ୍ରେସ
– ୧୯ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନନେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ
– ମନ୍ତ୍ରୀଙ୍କ କୁଶପୁତଳିକା ଦାହ
ଭୁବନେଶ୍ୱର:- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ିର ଆଦିବାସୀ ଓ ଦଳିତ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ରୀ ପ୍ରସବ ଘଟଣା ଓ କନ୍ୟା ସନ୍ତାନ ମୃତ୍ୟୁ ସମଗ୍ର ଦେଶପାଇଁ ଏକ କଳଙ୍କ ପୂର୍ଣ୍ଣ ଅଧ୍ୟାୟ । ଉକ୍ତ ଘଟଣାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସହ କନ୍ଧମାଳ ଜିଲ୍ଲାପାଳଙ୍କୁ ନିଲମ୍ବିତ କରିବାକୁ ମହିଳା କଂଗ୍ରେସ ଦାବି କରିଛି ।
୭୨ଘଂଟା ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ମନ୍ତ୍ରୀଦ୍ୱୟଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା ନକରନ୍ତି ୨ ସଚିବଙ୍କୁ ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ନିଲମ୍ବିତ ନକରନ୍ତି ତେବେ ଆସନ୍ତା ୧୯ ତାରିଖ ଶନିବାର ମହିଳା କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବା ୧୧ ଘଟିକାରୁ ଅପରାହ୍ନ ୧ ଘଂଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସୁମିତ୍ରା ଜେନା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଏହି ଘଟଣା ପ୍ରତିବାଦରେ ମଙ୍ଗଳବାର ଅପରାହ୍ନ ୪ ଘଟିକା ସମୟରେ ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା କଂଗ୍ରେସର କର୍ମକର୍ତାମାନେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ଯାଇ ସ୍ଲୋଗାନ ଦେଇ ମାଷ୍ଟରକ୍ୟାଣ୍ଟିନ ଛକଠାରେ ମନ୍ତ୍ରୀ ଶ୍ରୀ ରମେଶ ମାଝୀ ଓ ପ୍ରଫୁଲ ସାମଲଙ୍କ କୁଶପୁତଳିକା ଦାହ କରିଥିଲେ । ଏହି ଶୋଭାଯାତ୍ରରେ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡ଼ା, ପ୍ରଣତୀ ମିଶ୍ର, ସ୍ୱାଧୀନବାଳା ଦାସ, ଭାଗ୍ୟଶ୍ରୀ ପ୍ରଧାନ, ଶୁଭଶ୍ରୀ ପଣ୍ଡା, ଶ୍ରୀୟା ସମ୍ବେଦନା ଉର୍ବଶ୍ରୀ ମିଶ୍ରଙ୍କ ସମେତ ବହୁ ମହିଳା କଂଗ୍ରେସ କର୍ମକର୍ତା ଉପସ୍ଥିତ ଥିଲେ ।
ଶ୍ରୀମତୀ ଜେନା କହିଛନ୍ତି ଯେ ମନ୍ତ୍ରୀଦ୍ୱୟ ଓ ବିଭାଗୀୟ ସଚିବଦ୍ୱୟ ମଧ୍ୟ ନିଜର କାର୍ଯ୍ୟରେ ଅବହେଳାକୁ ସ୍ୱୀକାର ନକରିବା ଓ ନୈତିକ ଦୃଷ୍ଟିରୁ ଇସ୍ତଫା ନନେବା ଅତ୍ୟନ୍ତ କ୍ଷୋଭର ବିଷୟ । ଏପରିକି ଏଭଳି ଘଟଣା ରାଜ୍ୟରେ ଓ କନ୍ଧମାଳରେ ବାରମ୍ବାର ଘଟୁଥିବାରୁ କନ୍ଧମାଳର ଜିଲ୍ଲାପାଳଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ମହାଶୟ କାର୍ଯ୍ୟରୁ ନିଲମ୍ବନ କରିବା ପାଇଁ ଶ୍ରୀମତୀ ଜେନା ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା