Connect with us

ଆଞ୍ଚଳିକ

କନ୍ଦଳେଇରେ ମାଘ ପରବ ପାଳିତ

ସାଙ୍କେତିକ

କନ୍ଦଳେଇରେ ମାଘ ପରବ ପାଳିତ
ଭୁବନେଶ୍ୱର, ୩୧ ଜାନୁଆରୀ – ଛତାବର ପଂଚାୟତ କନ୍ଦଳେଇ ଗାଁ ମାଘ ପରବ ପାଇଁ ଉତ୍ସବ ମୁଖର ହୋଇଉଠିଛି । ଗୋଟିଏ ପଡ଼ିଆରେ ପ୍ରତ୍ୟେକ ପରିବାରର ପୃଥକ୍ ପୃଥକ୍ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ପଡ଼ିଆରେ ଧାଡ଼ିକୁ ଧାଡ଼ି ହୋଇ ଚୁଲାରେ ଉଭୟ ପୁରୁଷ ଓ ମହିଳା ରୋଷେଇ ପ୍ରସ୍ତୁତି କରିଛନ୍ତି । କୋହ୍ଲ ସମ୍ପ୍ରଦାୟର ବଡ଼ ପର୍ବ କୁହାଯାଉଥିବା ମାଘ ପରବ ଅବସରରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଦଳେଇ ଆଦିବାସୀ ପଲ୍ଲୀରେ ।
ଗାଁକୁ ବିପଦମୁକ୍ତ କରିବା ପାଇଁ ଗ୍ରାମବାସୀ କନ୍ଦଳେଇ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଭାଇଚାରା ଓ ଏକତାକୁ ଅତୁଟ ରଖିବା ପାଇଁ ଗୋଟିଏ ଜାଗାରେ ଏକାଠି ହୋଇ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯିବାର ପରମ୍ପରାକୁ ଗ୍ରାମବାସୀମାନେ ଅନୁସରଣ କରି ଆସୁଥିବା ଗାଁର ମୁରବୀ ମଦନ ଚାତାର କହିଛନ୍ତି ।

ଏହି ପର୍ବ ଗାଁର ସମସ୍ତ ପରିବାର ମଧ୍ୟରେ ସଂପ୍ରୀତିର ଡ଼ୋରକୁ ମଜଭୁତ କରିଛି । ଏକାଠି ରୋଷେଇ କରିବା ଏବଂ ଏକାଠି ଭୋଜନ କରିବାର ଏହି ନିଆରା ଧାରା ପାରସ୍ପରିକ ସଦ୍ଭାବ ପ୍ରତିଷ୍ଠା ଦିଗରେ ସହାୟତା କରୁଛିବୋଲି ମଦନ କହିଥିଲେ । ମାଘ ପରବ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ଓ ସାମାଜିକ କର୍ମୀ ସୁଶାନ୍ତ ସାହୁ ଯୋଗ ଦେଇ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ ଓ ପ୍ରତ୍ୟେକଟି ପର୍ବ ସାମାଜିକ ଜୀବନକୁ ସଶକ୍ତ କରୁଥିବା ସୂଚାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ