Connect with us

ଦେଶ

କଥା ରଖିଲେ କମଲନାଥ :- କୃଷକଙ୍କ ଋଣ ଛାଡ

ସାଙ୍କେତିକ ଚିତ୍ର

କଥା ରଖିଲେ କମଲନାଥ :- କୃଷକଙ୍କ ଋଣ ଛାଡ
“ଏହି ଦସ୍ତଖତ ବିଜେପି କୁ ଚାପୁଡ଼ା ସଦୃଶ୍ୟ ହୋଇଛି”
ଭୋପାଳ,୧୭ା୧୨ : କଥା ରଖିଲେ କମଲନାଥ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ପରେ କମଲନାଥ ସର୍ବପ୍ରଥମେ କୃଷକଙ୍କ ଋଣ ଛାଡ ଉପରେ ନିଷ୍ପତ୍ତି ନେଇ ଋଣ ଛାଡର ଫାଇଲରେ ଦସ୍ତଖତ କରିଛନ୍ତି । ଏହି ଆଦେଶ ସହିତ କୃଷକଙ୍କୁ ସରକାରୀ ଓ ସହକାରୀ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳନୀ ଫସଲ ଋଣ ଛାଡ ହୋଇଯାଇଛି ।

ସୂଚନାଥାଉ କି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଅନ୍ୟ ନେତା ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ଯଦି ରାଜ୍ୟରେ ତାଙ୍କର ସରକାର ଗଠନ ହୁଏ ତେବେ କେବଳ ୧୦ ଦିନରେ ହିଁ କୃଷକଙ୍କ ଋଣ ଛାଡ କରି ଦିଆଯିବ । ଏହି କ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ କମଲନାଥ ନିଜର ପ୍ରଥମ କାର୍ଯ୍ୟ ରୂପେ ଋଣ ଛାଡ ଫାଇଲରେ ଦସ୍ତଖତ କରିଛନ୍ତି । ଏହାସହିତ କନ୍ୟା ବିବାହ ଯୋଜନା ଆଧାରରେ ଦିଆଯାଉଥିବା ରାଶିକୁ ବୃଦ୍ଧି କରି ୫୧ ହଜାର ଟଙ୍କା କରାଯାଇଛି । କେବଳ ଏତିକି ନୁହେଁ । ରାଜ୍ୟରେ ଚାରୋଟି ଗାରମେଣ୍ଟ ପାର୍କ ନିର୍ମାଣକୁ ମଞ୍ଜୁରୀ ଦିଆଯାଇଛି । ପଦ ହରାଇବା ପରେ ଶିବରାଜ ସିଂହ ଚୌହାନ ମଧ୍ୟ ଆଶା ପ୍ରକଟ କରିଥିଲେ ଯେ, କଂଗ୍ରେସ ସରକାର ଆସିବା ମାତ୍ରେ ୧୦ଦିନ ଭିତରେ କୃଷକଙ୍କ ଋଣ ଛାଡ କରିବେ । ଏବେ କମଲନାଥ ନିଜର କଥା ରଖି ପ୍ରତିଶ୍ରୁତି ପୂରଣ କରି ଋଣଛାଡ ଫାଇଲରେ ଦସ୍ତଖତ କରିଛନ୍ତି । କମଲନାଥଙ୍କ ସରକାର ରାଜ୍ୟର କୃଷକଙ୍କ ପାଇଁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଋଣ ଛାଡ କରିବାକୁ ଆଦେଶ ଦେଇଛନ୍ତି ।

କୃଷକ କଲ୍ୟାଣ ଓ କୃଷି ବିକାଶ ବିଭାଗ, ମଧ୍ୟପ୍ରଦେଶ ସଚିବ ଡ. ରାଜେଶ ଦସ୍ତଖତ ସହିତ ଜାରି ପତ୍ରରେ ଲେଖିଛନ୍ତି ଯେ, ୨୦୧୮ ମାର୍ଚ୍ଚ ୩୧ ପୂର୍ବରୁ ଯେଉଁ କୃଷକଙ୍କ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବକେୟା ରହିଛି ସେମାନଙ୍କର କୃଷି ଋଣ ଛାଡ କରାଯାଉଛି । ଏଥିରେ ରାଷ୍ଟ୍ରୀୟତ ଓ ସରକାରୀ ବ୍ୟାଙ୍କରୁ ଲୋନ ନେଇଥିବା କୃଷକ ଲାଭାନ୍ୱିତ ହେବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷିଋଣ ଛାଡ ଫାଇନାଲରେ ଦସ୍ତଖତ କରିବାର କିଛି ସମୟ ପରେ ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି ଯେ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କୃଷକଙ୍କ ଋଣ ଛାଡ କରିଛନ୍ତି । ଏବେ ଗୋଟିଏ ରାଜ୍ୟ କରିଛି ଏବଂ ଆଉ ଦୁଇଟି ରାଜ୍ୟ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ଭୋପାଳର ଜମ୍ବୁରୀ ପଡିଆରେ ଆୟୋଜିତ ଶପଥଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀଙ୍କ ବଡ ବଡ ନେତା ଉପସ୍ଥିତ ଥିଲେ ।

ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ଥିଲେ । ସେ ମଞ୍ଚରେ ଉପସ୍ଥିତ ସମସ୍ତ କଂଗ୍ରେସ ଓ ଅଣବିଜେପି ଦଳର ନେତାଙ୍କୁ ଭେଟିଥିଲେ । ଏହାସହିତ ଶପଥ ଗ୍ରହଣ ସମାରୋହ ପରେ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହାତ ଧରି ଜନତାଙ୍କୁ ଅଭିବାଦନ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ