Connect with us

ଆଞ୍ଚଳିକ

କଇଁଛ ସୁରକ୍ଷା ସଚେତନତା ଶିବିର

ସାଙ୍କେତିକ

ଚଣ୍ଡିଖୋଲ ଠାରେ କଇଁଛ ସୁରକ୍ଷା ସଚେତନତା ଶିବିର
ଧର୍ମଶାଳା,୨ ଫେବୃଆରୀ – ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଯାଜପୁର ଜିଲା ଚଣ୍ଡିଖୋଲସ୍ଥ ଜନକଲ୍ୟାଣ ଉଚ୍ଚ ବିଦ୍ୟାଳୟରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଚଣ୍ଡିଖୋଲ ବନପାଳ ଶଶିକାନ୍ତ ବେହେରାଙ୍କ ତତ୍ୱାବଧାନରେ ଶିବିରରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଡ. ଦେବବ୍ରତ ସ୍ୱାଇଁ, ଅନୁଗୁଳ ବନାଚଂଳ ଅତିରିକ୍ତ ବନ ସଂରକ୍ଷକ ସୁଦର୍ଶନ ପଣ୍ଡା, ପରିବେଶବିତ ଉଷା ମାକ୍ରୋ, କୈଳାସ ଚନ୍ଦ୍ର ସାମଲ, ସେକ୍ ରେହେମାନ ପ୍ରମୁଖ ଯୋଗ ଦେଇ ବନ୍ୟଜନ୍ତୁ ସଂରକ୍ଷଣ ସୁରକ୍ଷା ଉପରେ ମତ ପ୍ରକାଶ କରିଥିଲେ । ଏଥି ସହିତ ଅଲିଭରିଡଲେ କଇଁଛ ସୁରକ୍ଷା ଓ ତା’ର ବଂଶ ବୃଦ୍ଧି ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ବରରହମପୁର ଠାରୁ ଉଦୟନଗର ପର୍ଯ୍ୟନ୍ତ ସାଇକେଲରେ ସଚେତନ ସୃଷ୍ଟି କରୁଥିବା ଆରୋହୀ ଦିଲିପ ବିଶ୍ୱାଳ ଓ ସୌମ୍ୟରଂଜନ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜନକଲ୍ୟାଣ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ଦାସଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଏହି ଶିବିରରେ ପରିବେଶ ସଚେତନତ୍ମାକ ସଂଗୀତ ଗାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ସାର୍ଥକ ଜେନା, ଶୁଭଶ୍ରୀ ସେନାପତି, ଭାଗୀରଥୀ ହାସଦା, ଅବିନାଶ ମଳିକ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା ।

ଶେଷରେ ଜଙ୍ଗଲ ସୁରକ୍ଷା, ମଦ୍ୟପାନ ନିଷେଧ, ନାରୀ ସୁରକ୍ଷା, ପିତାମାତା ଓ ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏକ ସମୂହ ଶପଥ ନେଇଥିଲେ । ଶେଷରେ ଶରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ