Connect with us

ଓଡିଶା

କଂଗ୍ରେସରୁ ଯୋଗେଶ ସିଂହଙ୍କ ଇସ୍ତଫା

ସାଙ୍କେତିକ

କଂଗ୍ରେସରୁ ଯୋଗେଶ ସିଂହଙ୍କ ଇସ୍ତଫା
ଭୁବନେଶ୍ୱର,୧୮ା୧ : ଝାରସୁଗୁଡାର ବିଧାୟକ ନବ କିଶୋର ଦାସଙ୍କ ଇସ୍ତଫା ପରେ ସୁନ୍ଦରଗଡର ବିଧାୟକ ଯୋଗେଶ ସିଂହ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ରାହୁଲ ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି । ଗୁରୁବାର ଦିନ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଥିଲା ।

ଶ୍ରୀ ସିଂହ କହିଛନ୍ତି ଯେ ଗତ ୧୭ ବର୍ଷ ଧରି ସେ କଂଗ୍ରେସ ଦଳର ସେବା କରି ଆସୁଥିଲେ । ମାତ୍ର ତାଙ୍କୁ ପକ୍ଷ ରଖିବାର ସୁଯୋଗ ନ ଦେଇ ନିଲମ୍ବିତ କରା ଯାଇଥିବାରୁ କଂଗ୍ରେସକୁ ତାଙ୍କର ଆଉ ଆବଶ୍ୟକତା ନାହିଁ ବୋଲି ମନେ ହେଉଛି । ସେ ଦଳ ବିରୋଧୀ ମନ୍ତବ୍ୟ ଦେଇ ନ ଥିଲେ । ଜଣେ ଭଲ କାମ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ଦଳ ବିରୋଧୀ କାମ ନୁହେଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ୟୁପିଏର ଶାସନକାଳରେ ଅନେକ କେନ୍ଦ୍ର ମନ୍ତ୍ରୀ ଆସି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ।

ଉଲ୍ଲେଖନୀୟ ଯେ, କଂଗ୍ରେସ ଦଳ ବିରୁଦ୍ଧରେ ଗଣମାଧ୍ୟମରେ ବାରମ୍ବାର ବିବୃତି ଦେଇ ଦଳର ଭାବମୂର୍ତିକୁ କ୍ଷୁର୍ଣ୍ଣ କରୁଥିବାରୁ ନିଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ କଂଗ୍ରେସ ଦଳରୁ ଗୁରୁବାର ଦିନ ନିଲମ୍ବନ କରାଯାଇଥିଲା । ଏ ସମ୍ପର୍କରେ ପିସିସି ଶୃଙ୍ଖଳା କମିଟିର ଆବାହକ ଅନନ୍ତ ପ୍ରସାଦ ସେଠୀ ପ୍ରକାଶ କରିଥିଲେ । ଏହା ପରେ ଶ୍ରୀ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଯୋଗେଶ ସିଂ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ, ସେ ସେମିତି କିଛି ଭୁଲ କରି ନାହାନ୍ତି ଯେ, ଦଳର ଭାବମୂର୍ତିକୁ କ୍ଷୁର୍ଣ୍ଣ କରିଛି । ମୋ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଭଲ କାମ କରିଥିବାରୁ ମୁଁ ତାଙ୍କୁ ପ୍ରଶଂସା କରିଥିଲି । ପ୍ରଶଂସା କରିବାଟା କଣ ଭୁଲ୍ ।

ଆପଣ ବିଜେଡ଼ି ଦଳରେ ମିଶିବାର ଯୋଜନା ଅଛି କି ବୋଲି ଅନ୍ୟ ଏକ ପ୍ରଶ୍ନର ଉତର ଦେଇ କହିଥିଲେ ଯେ, ସେମିତି କିଛି ଅଫର୍ ଆସିନାହିଁ । ଅଫର୍ ଆସିଲେ ଚିନ୍ତା କରିବି ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା