Connect with us

ଅପରାଧ

ଓଡ଼ିଆ ସାମ୍ବାଦିକ ସହିତ ୨ ଯବାନ ସହିଦ

ସାଙ୍କେତିକ ଚିତ୍ର

ଛତିଶଗଡ଼ରେ ମାଓ ହମଲା
ଓଡ଼ିଆ ସାମ୍ବାଦିକ ସହିତ ୨ ଯବାନ ସହିଦ
ଭୁବନେଶ୍ୱର,୩୦ା୧୦ : ଆଜି ସକାଳେ ଛତିଶଗଡର ଦାନ୍ତେୱାଡା ଜିଲ୍ଲାକୁ ନିର୍ବାଚନୀ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ମାଓବାଦୀମାନଙ୍କ ସହିତ ଗୁଳି ବିନିମୟରେ ୨ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ମୃତ ଦୂରଦର୍ଶନର କ୍ୟାମେରାମ୍ୟାନଙ୍କ ନାମ ଅଚ୍ୟୁତାନନ୍ଦ ସାହୁ ଓ ତାଙ୍କ ଘର ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ଦିଲ୍ଲୀରୁ ଦୂରଦର୍ଶନର ଏକ ଟିମ୍ ଛତିଶଗଡ଼ ଆସିଥିଲା । ସେମାନେ ସୁରକ୍ଷାକର୍ମୀମାନଙ୍କ ସହିତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ଅରଣପୁରର ନୀଳବାୟା ଜଙ୍ଗଲ ଦେଇ ଯାଉଥିବା ବେଳେ ମାଓବାଦୀମାନଙ୍କ ଆମ୍ବୁସର ଶିକାର ହୋଇଥିଲେ । ମାଓବାଦୀମାନେ ଉଭୟ ପଟରୁ ସୁରକ୍ଷା କର୍ମୀଙ୍କୁ ଗୁଳି କରିବା ସହିତ ତାଙ୍କ ସହିତ ଥିବା ଦୂରଦର୍ଶନ ଟିମକୁ ମଧ୍ୟ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ଦୂରଦର୍ଶନର କ୍ୟାମେରାନ୍ୟାନ ଅଚ୍ୟୁତ୍ନାନ୍ଦ ସାହୁଙ୍କ ସହିତ ୨ଜଣ ଯବାନଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଦାନ୍ତେୱାଡା ପୋଲିସ ଘଟଣା ସ୍ଥଳରେ ପହଞ୍ôଚଥିବା ବେଳେ ଅନ୍ୟ ଆହତମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

ଏପରିକି ମାଓବାଦୀଙ୍କ ଆକ୍ରମଣରେ କେତେକ ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଥିବା ଦାନ୍ତେୱାଡା ଏଏସ୍ପି ଗେରେଖନାଥ ବଘେଲ କହିଛନ୍ତି । ଗୁରୁବର ଅବସ୍ଥାରେ କ୍ୟାମେରାମ୍ୟାନ ଶ୍ରୀ ସାହୁଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଦୂରଦର୍ଶନ ଟିମକୁ ସୁରକ୍ଷା ଦେବାକୁ ଯାଇ ଦୁଇଜଣ ଯବାନ ମଧ୍ୟ ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ।

ସୂଚନାଥାଉ କି, ଛତିଶଗଡ଼ରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ବାଚନ ବର୍ଜନ ପାଇଁ ମାଓବାଦୀମାନେ ଧମକ ଦେବା ସହିତ ସାମ୍ବାଦିକ, ପୋଲିସ, ରାଜନେତାଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି । ୨ଦିନ ତଳେ ସିଆରପିଏଫର ଏକ ବୁଲେଟ ପ୍ରୁଫ୍ ଗାଡିକୁ ନକ୍ସଲମାନେ ବିଜାପୁର ଜିଲ୍ଲାରେ ଉଡାଇ ଦେଇଥିଲେ । ଏଥିରେ ଜଣେ ଓଡ଼ିଆଙ୍କ ସମେତ ୪ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ