Connect with us

ଓଡିଶା

ଓପିଟିସିଏଲରେ ୯୨ ଜଣ ଇଂଜିନିୟରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ନିଯୁକ୍ତି ପତ୍ର

ସାଙ୍କେତିକ

ଓପିଟିସିଏଲରେ ୯୨ ଜଣ ଇଂଜିନିୟରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ନିଯୁକ୍ତି ପତ୍ର
ଭୁୁବନେଶ୍ୱର, ୧୮ ଜାନୁଆରୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଓପିଟିସିଏଲରେ ୯୨ ଜଣ ଇଂଜିନିୟରଙ୍କୁ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ଏହି ଇଂଜିନିୟର ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସେମାନେ ଓପିଟିସିଏଲ ଓ ଓଡିଶାର ଶକ୍ତି କ୍ଷେତ୍ରର ବିକାଶ ପାଇଁ ସେମାନେ କାମ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ଗ୍ରାମୀଣ ବିଦ୍ୟୁତିକରଣ, ଇଂଟିଗ୍ରେଟେଡ ପାବାର ଡେଭଲପମେଂଟ ସ୍କିମ ଓ ନୂତନ କରି ଆରମ୍ଭ କରା ଯାଇଥିବା ଆମ ଘରେ ଏଲଇଡି ପରି ଯୋଜନାର କ୍ରିୟାନ୍ୱୟନ କାମରେ ଓପିଟିସିଏ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ପ୍ରକଳ୍ପ ଗୁଡିକୁ ସଫଳତାର ସହ ସମ୍ପନ୍ନ ହେବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ନୂତନ କରି କାମ ଆରମ୍ଭ କରୁଥିବା ଏହି ଇଂଜିନିୟର ମାନଙ୍କୁ ଟିମ ବାର୍କ, ଟ୍ରାନସପରେନ୍ସି ଓ ଟେକ୍ନୋଲଜଲି ପରି ଥ୍ରି ଟି ମନ୍ତ୍ର ନେଇ କାମ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା