Connect with us

ଆଞ୍ଚଳିକ

ଓଡିଶା ସାମ୍ବାଦିକ ୟୁନିଅନ୍ ପକ୍ଷରୁ ବନ୍ଧୁ ମିଳନ

ସାଙ୍କେତିକ

ଓଡିଶା ସାମ୍ବାଦିକ ୟୁନିଅନ୍ ପକ୍ଷରୁ ବନ୍ଧୁ ମିଳନ
କୁଜଙ୍ଗ – ଓଡିଶା ସାମ୍ବାଦିକ ୟୁନିଅନ୍ ପକ୍ଷରୁ କୁଜଙ୍ଗ ବ୍ଲକ୍ ସ୍ତରୀୟ ବନ୍ଧୁମିଳନ ଏବଂ ଗାଁ ଓ ଗଣମାଧ୍ୟମ ସଚେତନତା ଶିବିର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଗୋପିଆକୁଦ ବେଦାପାଟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସାମ୍ବାଦିକ ୟୁନିଅନ୍ ସଭାପତି ଶୁଭଙ୍କର ଜେନା, ସମ୍ମାନିତ ଅତିଥିଭାବେ ଜାତୀୟ ପରିଷଦ ଆର୍ତତ୍ରାଣ ପତି, ଓଡିଶା ସାମ୍ବାଦିକ ୟୁନିଅନ୍ କୁଜଙ୍ଗ ବ୍ଲକ୍ ଉପଦେଷ୍ଟା ହରିଗୁରୁ ଦାସ, ଜିଲ୍ଲା ସାମ୍ବାଦିକ ୟୁନିଅନ୍ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ସାମ୍ବାଦିକ ୟୁନିଅନ୍ କୁଜଙ୍ଗ ବ୍ଲକ୍ ସଭାପତି ବାବୁଲି ଦାସ, ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଓ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ।

କୁଜଙ୍ଗ ବ୍ଲକ୍ ସାମ୍ବାଦିକ ସଂଘର ଅନ୍ୟତମ ଉପଦେଷ୍ଟା ପ୍ରଳୟ ମହାପାତ୍ର ସଭା ପରିଚାଳନାରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମ୍ବାଦିକ ପ୍ରଭାକର ସାହୁ, ସତ୍ୟପ୍ରକାଶ ମହାନ୍ତି, ସୌମ୍ୟରଞ୍ଜନ ଦାସ, ଦିଲ୍ଲୀପ ପ୍ରସାଦ ଲେଙ୍କା, ବିଚିତ୍ର ପ୍ରଧାନ, ସମୀର ରଞ୍ଜନ ଦାସ, ଲୋକନାଥ ଚୌଧୁରୀ, ମହାପାତ୍ର ସୁଶୀଳ କୁମାର ସାହୁ, ସୁବ୍ରତ ନାୟକ ପ୍ରଭୃତି ସାମ୍ବାଦିକମାନେ ଯୋଗଦେଇଥିଲେ ।

ଓଡିଶା ସାମ୍ବାଦିକ ୟୁନିଅନ୍ କୁଜଙ୍ଗ ବ୍ଲକ୍ ଉପସଭାପତି ସନ୍ତୋଷ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ