Connect with us

ଓଡିଶା

ଓଡିଶା ରାଜନୀତିରେ ନୂଆ ସାମ୍ମୁଖ୍ୟର ଅଭ୍ୟୁଦୟ

ସାଙ୍କେତିକ

ଓଡିଶା ରାଜନୀତିରେ ନୂଆ ସାମ୍ମୁଖ୍ୟର ଅଭ୍ୟୁଦୟ
ବିଜେଡିକୁ ଗାଦିଚ୍ୟୁତ୍ କରିବା ପାଇଁ ବ୍ରଜ-ଖାରବେଳ ଏକାଠି
ଭୁବନେଶ୍ୱର,୨୧ା୧ : ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ସରକାରକୁ କ୍ଷମତାରୁ ହଟାଇବା ପାଇଁ ଓଡିଶା ରାଜନୀତିରେ ଏକ ନୂଆ ସାମୁଖ୍ୟର ଅଭ୍ୟୁଦୟ ହୋଇଛି । ସମତା କ୍ରାନ୍ତି ଓ ଉକ୍ରଳ ଭାରତ ମେଂଟ କରିଛନ୍ତି । ଏହାର ନାମ ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟ । ଏହି ମେଂଟକୁ ଉଭୟ ବରିଷ୍ଠ ରାଜନେତା ଶ୍ରୀକାନ୍ତ ଜେନା ଓ ଦାମୋଦର ରାଉତ ସମର୍ଥନ ଜଣାଇଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ନିର୍ବାଚନ ପୂର୍ବରୁ ଏହି ନୂତନ ସାମୁଖ୍ୟ କ୍ଷମତାସୀନ ନବୀନ ସରକାର ବିରୁଦ୍ଧରେ ଲଢିବ । ଦୁର୍ନୀତିଗ୍ରସ୍ତ ବିଜୁ ଜନତା ଦଳ ସରକାରକୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ମୂଳ ଲକ୍ଷ୍ୟ ହେବ ବୋଲି ବ୍ରଜ ତ୍ରିପାଠୀ ଓ ଐର ଖାରବେଳ ସ୍ୱାଇଁ ପ୍ରକାଶ କରିଛନ୍ତି ।

ଶ୍ରୀ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ସାମୁଖ୍ୟରେ ସାମିଲ ହେବା ପାଇଁ ବୈଜୟନ୍ତ ପଣ୍ଡା , ଡା ଦାମୋଦର ରାଉତ ,ଓ ଶ୍ରୀକାନ୍ତ ଜେନାଙ୍କ ସହ କଥାବାର୍ତା ହୋଇଛି । ଅନ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି । ଅପରପକ୍ଷରେ ବରିଷ୍ଠ ନେତା ଡା. ଦାମୋଦର ରାଉତ କହିଛନ୍ତି ଯେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଯଦି କିଏ ଲଢିବାକୁ ଚାହୁଁଛନ୍ତି ତେବେ ସେ ତାଙ୍କୁ ନୈତିକ ସମର୍ଥନ କରୁଛନ୍ତି । ମାତ୍ର ସେଥିରେ ସେ ସାମିଲ ହେବେ ନାହିଁ ବୋଲି ଡା. ରାଉତ କହିଛନ୍ତି ।

ସେହିପରି ବିଜେପି ମୁଖପାତ୍ର କାଳନ୍ଦୀ ସାମଲ କହିଛନ୍ତି ଯେ ବିଜେଡି ବିରୋଧରେ ବିଜେପି ଏକମାତ୍ର ବିକଳ୍ପ । ବିଜେଡି ବିରୋଧୀ ସାମୁଖ୍ୟକୁ ତାଙ୍କ ଦଳ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୧୯ ବର୍ଷ ହେଲା ଓଡ଼ିଶାକୁ ଶାସନ କରୁଥିବା ବିଜୁ ଜନତା ଦଳ ଓଡ଼ିଶାକୁ ଦରିଦ୍ରରୁ ଦରିଦ୍ରତର କରିଛି ।  ଓଡ଼ିଶାର ସମସ୍ତ ବିଜେଡି ବିରୋଧୀ ଶକ୍ତିମାନଙ୍କୁ ଓଡି଼ଶା ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ଯୋଗଦେଇ ଭ୍ରଷ୍ଟାଚାର, କୁଶାସନ ବିରୁଦ୍ଧରେ ଲଢ଼େଇକୁ ଯୋରଦାର କରିବାକୁ ସେ ଅନୁରୋଧ କରିଛନ୍ତି ।

ଉକ୍ତ ସାମ୍ବାଦିକ ସମ୍ମେଳନରେ ସମତା କ୍ରାନ୍ତି ଦଳର ସଭାପତି ପ୍ରଶାନ୍ତ କୁମାର ମିଶ୍ର, ଯୁବ ସଭାପତି ଶାରଦାପ୍ରସନ୍ନ ସ୍ୱାଇଁ, ସାଧାରଣ ସମ୍ପାଦକ ଦୀଗନ୍ତ ଦେ, ସମ୍ପାଦକ ପ୍ରଭାସ ସାମନ୍ତରାୟ ଏବଂ ଉକ୍ରଳ ଭାରତର ଉପସଭାପତି ଲୋକନାଥ ଷଡ଼ଙ୍ଗୀ, ସମ୍ପାଦକ କାମିଲୁଦ୍ଦିନ ଅହମଦ, ଦଳିତ ଉକ୍ରଳ ଭାରତର ରାଜ୍ୟ ସଭାପତି ଦିଲ୍ଲୀପ ମଲ୍ଲିକ, ରାଜ୍ୟ ଯୁବ ଉକ୍ରଳ ସଭାପତି ଜଗଦିଶ ପ୍ରଧାନ, ନାରୀ ଉକ୍ରଳ ଭାରତ ସଭାନେତ୍ରୀ ସାବିତ୍ରୀ ଜେନା, ବିଦ୍ୟାର୍ଥୀ ଉକ୍ରଳ ଭାରତ ସଭାପତି ପ୍ରତ୍ୟୁଷ ନାୟକ ଆଦି ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା