Connect with us

ଓଡିଶା

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ମୋଦିଙ୍କୁ ପୁଣି ଚିଠି ଲେଖିଲେ ନବୀନ

ସାଙ୍କେତିକ

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ମୋଦିଙ୍କୁ ପୁଣି ଚିଠି ଲେଖିଲେ ନବୀନ
ଭୁବନେଶ୍ୱର, ୧୮ା୧ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଦାବିକୁ ଦୋହରାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପୁଣି ଥରେ ଚିଠି ଲେଖିଛନ୍ତି । ଓଡିଶା ରାଜ୍ୟରେ ଥିବା ପ୍ରାକୃତିକ ସମ୍ପଦରୁ କେନ୍ଦ୍ର ଅଧିକ ଲାଭବାନ୍ ହେଉଥିବା ବେଳେ ଓଡିଶାକୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ଅବହେଳା କରି ଚାଲିଛି ।

ରେଲୱେ , ବ୍ୟାଙ୍କିଂ , ଜାତୀୟ ରାଜପଥ ସମେତ ବିଭିନ୍ନ କେନ୍ଦ୍ରୀୟ ଯୋଜନା ପାଇଁ ଆର୍ଥିକ ଅନୁଦାନ ହ୍ରାସ କରି କେନ୍ଦ୍ର ଅବହେଳା କରିଛି । ଓଡିଶା ୧୯୯୦ ମସିହାରୁ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛନ୍ତି । ଏହାଦ୍ୱାରା ୮୦ ପ୍ରତିଶତରୁ ଅଧିକ ଅଂଚଳ ଓ ୯୦ ପ୍ରତିଶତରୁ ଅଧିକ ଲୋକ ପ୍ରଭାବିତ ହୋଇଥାନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ ଓଡିଶାରେ ଶିଳ୍ପର ବିକାଶ ହେବ । ଏବଂ ନିଯୁକ୍ତିି ବଢିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା