Connect with us

ଓଡିଶା

ଓକିଲ ମାନଙ୍କ ଧର୍ମଘଟ ଯୋଗୁଁ ନ୍ୟାୟିକ ସଂସ୍ଥା ଅଚଳ ଓ ରାଜସ୍ୱ ଆଦାୟ ଠପ୍

ସାଙ୍କେତିକ ଚିତ୍ର

ଓକିଲ ମାନଙ୍କ ଧର୍ମଘଟ ଯୋଗୁଁ ନ୍ୟାୟିକ ସଂସ୍ଥା ଅଚଳ ଓ ରାଜସ୍ୱ ଆଦାୟ ଠପ୍
ଭୁବନେଶ୍ୱର :- ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି କରି ପଶ୍ଚିମ ଓଡ଼ିଶାରେ ଚାଲିଥିବା ଓକିଲ ମାନଙ୍କର ଧର୍ମଘଟ ଏକମାସରେ ପହଂଚିଛି । ଫଳରେ ନ୍ୟାୟିକ ସଂସ୍ଥା ଗୁଡ଼ିକ ଅଚଳ ଅବସ୍ଥାରେ ରହିଛି । ଅନ୍ୟପକ୍ଷରେ ଜେଲ କଏଦୀ ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କର ଯେଉଁ ରାଜସ୍ୱ ଆଦାୟ ମଧ୍ୟ ଠପ୍ ହୋଇଯାଇଥିଲା ବେଳେ ନିର୍ବାଚନ କାର୍ଯ୍ୟ ପ୍ରାୟତ ବନ୍ଦ ହୋଇଯାଇଛି । ସାଧାରଣ ଲୋକେ ଏହାଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଏହି ସମସ୍ୟାର କୌଣସି ସମାଧାନ ନ କରନ୍ତି ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀ ଓକିଲମାନେ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଆନ୍ଦୋଳନର ରୂପରେଖ କଣ ହେବ ଖୁବ୍ ଶୀଘ୍ର ଏକ ବୈଠକ ବସି ଚୂଡ଼ାନ୍ତ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା