Connect with us

ଆଞ୍ଚଳିକ

ଐତିହାସିକ ବାଲିଯାତ୍ରା ଆରମ୍ଭ

image

ଐତିହାସିକ ବାଲିଯାତ୍ରା ଆରମ୍ଭ
କଟକ,୨୩ା୧୧: କଟକର ଐତିହାସିକ ବାଲିଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ସଂଧ୍ୟାରେ ବାଲିଯାତ୍ରାର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟବିଧାୟକ ଦେବାଶିଷ ସାମନ୍ତରାୟ , ପ୍ରଭାତ ବିଶ୍ୱାଳ , ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ବାଲିଯାତ୍ରା ପାଇଁ କଟକ ସହର ଚଳଚଂଚଳ ହୋଇଉଠିଛି । ପ୍ରତିବର୍ଷ କାର୍ତିକ ପୂର୍ଣ୍ଣିମା ଦିନ ଏହି ଗଣପର୍ବର ଆୟୋଜନ କରାଯାଇଥାଏ ।

ଆଗକାଳରେ ଓଡ଼ିଆ ସାଧବ ପୁଅମାନେ ନିଜ ବୋଇତରେ ବେପାର ବଣିଜ କରିବାକୁ ଯାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଆଦି ଦେଶକୁ ଯାଉଥିଲେ । ସେଠାରୁ ଫେରିବା ପରେ ନଦୀ ପଠାରେ ସେଠାରୁ ଆଣିଥିବା ସାମଗ୍ରୀ ଗୁଡିକୁ ବିକ୍ରି କରୁଥିଲେ । ଯାହାର ସ୍ମୃତିରେ ଉପକୂଳ ଅଂଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ।

ଏଥର ୧୩ ଶହରୁ ଅଧିକ ଷ୍ଟଲ୍ ପଡିଛି । ସେଥିମଧ୍ୟରୁ ୩୫୦ଟି ଓରମାସର ଷ୍ଟଲ ରହିଛି । ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପର୍ଯ୍ୟନ୍ତ ଏବଂ ଖାଇବା ଠାରୁ ନେଇ ଘର ସଜାଇବା ପର୍ଯ୍ୟନ୍ତ ସମସ୍ତ ଜିନିଷ ଏଠାରେ ଉପଲବ୍ଧ ହୋଇଥାଏ । ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା ତ୍ରିଶୁଳିଆ ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ଦର୍ଶକମାନେ କିଭଳି ଶୃଙ୍ଖଳିତ ଭାବେ ବାଲିଯାତ୍ରା ବୁଲି ପାରିବେ ସେଥିପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ମୋଟ ୩୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ପୂରା ପଡ଼ିଆରେ ସାଦା ପୋଷାକଧାରୀ ପୁଲିସ ମୁତୟନ ହୋଇଛନ୍ତି । ଏହା ସହ ସିସିଟିଭି ନଜରରେ ରହିବ ମହାନଦୀ ପଠା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ