Connect with us

ଅପରାଧ

ଏୟାର ଓଡିଶା ଲାଇସେନ୍ସ ବାତିଲ

ଏୟାର ଓଡିଶା ଲାଇସେନ୍ସ ବାତିଲ

ଏୟାର ଓଡିଶା ଲାଇସେନ୍ସ ବାତିଲ
ଭୁବନେଶ୍ୱର,୨୩ା୧୧: ଉଡାନ୍ ଯୋଜନାରେ ବିମାନ ଉଡାଣ ପାଇଁ ଅନୁମତି ପାଇଥିବା ଏୟାର ଓଡ଼ିଶାର ଲାଇସେନ୍ସକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବାତିଲ୍ କରିଦେଇଛନ୍ତି । ଉଡ଼ାଣରେ ଅନିୟମିତତା କାରଣରୁ ଗତ ୧୯ ତାରିଖରେ “ଏୟାର ଓଡ଼ିଶା’ ଜାତୀୟ ସ୍ତରରେ ପାଇଥିବା ୫୦ଟି ଉଡାଣ ରୁଟକୁ ବାତିଲ କରାଯାଇଛି । ଏହାଦ୍ୱାରା ଏୟାର ଓଡ଼ିଶା ଉଡାନ୍ ଯୋଜନାରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡରେ ବିମାନ ଉଡ଼ାଣ କରିପାରିବନି । ଏନେଇ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ (ଭିଏସ୍ଏସ୍) ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ , ଗତ ସେପ୍ଟେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଡ଼ାଣ ଯୋଜନାରେ ଝାରସୁଗୁଡା ବିମାନବନ୍ଦରକୁ ଉଦଘାଟନ କରିଥିଲେ । ପ୍ରଥମ ବିମାନ ଝାରସୁଗୁଡ଼ାରୁ ରାୟପୁର ଯାଇଥିଲା । ତା’ପରଠାରୁ ବିମାନ ଚଳାଚଳରେ ଅନିୟମିତତା ଦେଖା ଦେଇଥିଲା । ଏହାଦ୍ୱାରା ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ପରେ ଅକ୍ଟୋବର ୬ ତାରିଖରରୁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । “ଏୟାର ଓଡ଼ିଶା’ର ଲାଇସେନ୍ସ ରଦ୍ଦ ହୋଇଥିବାରୁ ଝାରସୁଗୁଡ଼ାରୁ ତୁରନ୍ତ ଅନ୍ୟ ଏୟାର ଲାଇନ୍ ଜରିଅ।ରେ ବିମାନ ଚଳାଚଳ ଆରମ୍ଭ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ