Connect with us

ଖେଳ

ଏସୀୟ କ୍ରୀଡ଼ା – ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଲେ ବଜରଙ୍ଗ

ଏସୀୟ କ୍ରୀଡ଼ା - ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଲେ ବଜରଙ୍ଗ

ଏସୀୟ କ୍ରୀଡ଼ା – ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଲେ ବଜରଙ୍ଗ
ଜାକର୍ତ୍ତା,୧୯ା୮ : ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ୧୮ତମ ଏସୀୟ କ୍ରୀଡ଼ାରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି । ଅଲିମ୍ପିକ୍ସ ପରେ ଦ୍ୱିତୀୟ ବୃହତ୍ତ କ୍ରୀଡା ମହୋତ୍ସବର ୨ୟ ଦିବସ ରବିବାର ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ବଜରଙ୍ଗ ପୁନିଆ ଭାରତକୁ ଗୌରାବାନ୍ୱିତ କରିଛନ୍ତି । ବଜରଙ୍ଗ ପୁନିଆ କୁସ୍ତିରେ ଏହି ପଦକ ଜିତିଛନ୍ତି । ସେ ୬୫ କିଲୋ ଫ୍ରି ଷ୍ଟାଇଲରେ ଜାପାନର ପ୍ରତିଦ୍ୱନ୍ଦ୍ୱୀ ତାକାତାନୀ ଦାୟଚୀଙ୍କୁ ପରାସ୍ତ କରିଛନ୍ତି । ଏକ ରୋମାଞ୍ଚକର ମୁକାବିଲାରେ ବଜରଙ୍ଗ ପୁନିଆ ୩-୧ ଜାପାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି । ସେମିଫାଇନାଲରେ ବଜରଙ୍ଗ ମଙ୍ଗୋଲିଆ ବାଟମଗନାଇ ବ୍ୟାଟଚୁଲୁନଙ୍କୁ ୧୦-୦ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ବଜରଙ୍ଗ ଇଚିୟନ ୨୦୧୪ରେ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ । ଏଥର ସେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ବହୁ ପରିଶ୍ରମ କରିଛନ୍ତି । ଏହାପୂର୍ବରୁ ଏସୀୟ କ୍ରୀଡ଼ା ୨୦୧୮ରେ ଭାରତକୁ ସୁଟିଙ୍ଗ୍ରେ ପ୍ରଥମ ପଦକ ମିଳିଥିଲା । ୧୦ ମିଟର ଏୟାର ରାଇଫଲ ମିକ୍ସ ଟିମ ପ୍ରତିଯୋଗିତାରେ ଭାରତର ଅପୂର୍ବୀ ଚନ୍ଦୋଲା ଓ ରବି କୁମାରଙ୍କ ଯୋଡି କାଂସ୍ୟ ପଦକ ଜିତିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ