Connect with us

ଖେଳ

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ଭିନେଶ ,ଭାରତକୁ ଦେଲେ ଦ୍ୱିତୀୟ ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ଭିନେଶ ,ଭାରତକୁ ଦେଲେ ଦ୍ୱିତୀୟ ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ଭିନେଶ ,ଭାରତକୁ ଦେଲେ ଦ୍ୱିତୀୟ ସ୍ୱର୍ଣ୍ଣ
ଜାକର୍ତ୍ତା,୨୦ା୮ : ରେସଲର ଭିନେଶ ଫୋଗାଟ ଏସୀୟ କ୍ରୀଡ଼ାରେ ଇତିହାସ ରଚି ୫୦ କିଗ୍ରୀ ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଉପଲବ୍ଧି ସହିତ ସେ ପ୍ରଥମ ଭାରତୀୟ ମହିଳା କୁସ୍ତି ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ସ୍ୱର୍ଣ୍ଣ ପଦକ ପାଇଁ ହୋଇଥିବା ଫାଇନାଲ ମୁକାବିଲାରେ ଭିନେଶ ଜାପାନର ଇତି ୟଜିଙ୍କୁ ୬-୨ରେ ମାତ୍ ଦେଇଛନ୍ତି । ଭିନେଶଙ୍କ ସ୍ୱର୍ଣ୍ଣ ପଦକକୁ ମିଶାଇ ଭାରତ ଏପର୍ଯ୍ୟନ୍ତ ଏସୀୟ କ୍ରୀଡ଼ାରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି । ଏହି ଦୁଇ ପଦକ କୁସ୍ତିରୁ ହିଁ ଆସିଛି । ଏହାପୂର୍ବରୁ ରବିବାର ବଜରଙ୍ଗ ପୁନିଆ ଏହି ଖେଳରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତାଇଥିଲେ ।

ସୋମବାର ଭାରତର ଭିନେଶ ଯେତେବେଳେ ମଇଦାନକୁ ଓହ୍ଲାଇଥିଲେ ସେହି ସମୟରେ ତାଙ୍କ ପାଦରେ ଯନ୍ତ୍ରଣା ହେଉଥିଲା । ଏହାପରେ ମଧ୍ୟ ସେ ନିଜର ସମସ୍ତ ବାଉଟରେ ବିଜୟୀ ହୋଇ ପ୍ରତିପକ୍ଷଙ୍କୁ କୌଣସି ସୁଯୋଗ ଦେଇନଥିଲେ । ଭିନେଶ ପ୍ରତିପକ୍ଷ ଖେଳାଳିଠୁ ୪-୦ରେ ଅଗ୍ରଣୀ ରହିଥିଲେ । ଏହାପରେ ଇତି ଉକି ୨ ଅଙ୍କ ହାସଲ କରିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ବେଳକୁ ଭିନେଶ ୬-୨ରେ ବିଜୟୀ ହୋଇଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

More in ଖେଳ