Connect with us

ଦେଶ

ଏସସି /ଏସଟି ମାମଲା ଗୁଡିକୁ ପ୍ରତ୍ୟାହାର କରିବେ ମଧ୍ୟପ୍ରଦେଶ ସରକାର

ସାଙ୍କେତିକ

ଏସସି /ଏସଟିଙ୍କ ବିରୋଧରେ ରୁଜୁ ମାମଲା ଗୁଡିକୁ ପ୍ରତ୍ୟାହାର କରିବେ ମଧ୍ୟପ୍ରଦେଶ ସରକାର
ନୂଆଦିଲ୍ଲୀ,୧ା୦୧ : ମଧ୍ୟପ୍ରଦେଶର କଂଗ୍ରେସ ସରକାର ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ପ୍ରଦର୍ଶନ ବେଳେ ଦଳିତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ, ବିଏସପି ଅଧ୍ୟକ୍ଷା ମାୟାବତୀଙ୍କ ଚାପରେ କଂଗ୍ରେସର କମଳନାଥ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ମଧ୍ୟପ୍ରଦେଶରେ ଦଳିତଙ୍କ ଉପରୁ ମାମଲା ପ୍ରତ୍ୟାହାର ନହେଲେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବାକୁ ମାୟାବତୀ ଧମକ ଦେଇଥିଲେ । ଏହି ଧମକର ଗୋଟିଏଦିନ ପରେ ମଧ୍ୟପ୍ରଦେଶ ସରକାର ଦଳିତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଏହାସହ ଦଳିତଙ୍କ ବିରୋଧରେ ଗତ ୧୫ ବର୍ଷ ମଧ୍ୟରେ ରୁଜୁ ହୋଇଥିବା ଏଭଳି ଅନ୍ୟ କେତେକ ମାମଲା ପ୍ରତ୍ୟାହାର କରାଯିବ ବୋଲି ସୂଚନା ଦିଆଯାଇଛି । ମଧ୍ୟପ୍ରଦେଶ ଆଇନ ମନ୍ତ୍ରୀ ପିସି ଶର୍ମା କହିଛନ୍ତି ଯେ, ଏସସି /ଏସଟିଙ୍କ ଆଇନ ୧୯୮୯କୁ ନେଇ ୨୦୧୮ ଏପ୍ରିଲ ୨ରେ ଭାରତ ବନ୍ଦ ବେଳେ ରୁଜୁ ହୋଇଥିବା ସମସ୍ତ ମାମଲା ସହ ଗତ ୧୫ ବର୍ଷ ମଧ୍ୟରେ ଏଭଳି ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବ ।

ପ୍ରକାଶଥାଉ କି, ୨୦୧୮ ଏପ୍ରିଲ ୨ ଭାରତ ବନ୍ଦ ସମୟରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ରୁଜୁ ହୋଇଥିବା ମାମଲା ଗୁଡିକ ସରକାର ନଉଠାଇଲେ ବହୁଜନ ସମାଜ ପାର୍ଟି (ବିଏସପି) ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବ ବୋଲି ମାୟାବତୀ ସୋମବାର ଧମକ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ