Connect with us

ଦେଶ

ଏଲ୍ଇଟି ଅର୍ଥରେ ନିର୍ମାଣ ହୋଇଛି ପାଲୱାଲ ମସଜିଦ : ଏନ୍ଆଇଏ

ସାଙ୍କେତିକ ଚିତ୍ର

ଏଲ୍ଇଟି ଅର୍ଥରେ ନିର୍ମାଣ ହୋଇଛି ପାଲୱାଲ ମସଜିଦ : ଏନ୍ଆଇଏ
ପାଲୱାଲ,୧୫ା୧୦ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲ୍ଇଟି) ଅର୍ଥରେ ହରିୟାଣା ପାଲୱାଲ ଜିଲ୍ଲାରେ ଏକ ମସଜିଦ୍ ନିର୍ମିତ ହୋଇଛି ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ତଦନ୍ତରୁ ପଦାକୁ ଆସିଛି । ପାଲୱାଲ ଜିଲ୍ଲାର ଉତ୍ତାୱାର ଗ୍ରାମରେ ଏହି ମସଜିଦ୍ ନିର୍ମାଣ ହୋଇଛି ଓ ଏହାର ନାମ ଖୁଲାଫା-ଏ-ରସିଦିନ୍ ରଖଶଯାଇଛି ।

ଅପରପକ୍ଷରେ ଗ୍ରାମ ମୁଖିଆ ଏନ୍ଆଇଏର ତଦନ୍ତ ରିପୋର୍ଟକୁ ଖଣ୍ଡନ କରିଛନ୍ତି । ଏନ୍ଆଇଏ ପକ୍ଷରୁ ଅକ୍ଟୋବର ୩ରେ ଏହାର ତଦନ୍ତ କରାଯାଇଥିଲା । ଏହାର ୩ଦିନ ପରେ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ମସଜିଦ୍ରର ଇମାମ ମୋହମ୍ମଦ ସଲମାନଙ୍କ ସମେତ ୩ଜଣଙ୍କୁ ଏନ୍ଆଇଏ ପକ୍ଷରୁ ଗିରଫ କରାଯାଇଥିଲା । ମସଜିଦ୍ର ଇମାମ ମୋହମ୍ମଦ ସଲମାନଙ୍କୁ ଦୁବାଇ ନିବାସୀ ପାକିସ୍ତାନ ନାଗରିକ କାମରାନଙ୍କ ନାମରେ ୭୦ଲକ୍ଷ ଟଙ୍କାର ଏକ ଚେକ୍ ମିଳିଥିଲା । କୁହାଯାଉଛି ଯେ କାମରାନ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ପାଇଁ କାର୍ଯ୍ୟ କରେ । ଭାରତରେ ଆତଙ୍କବାଦୀ କାର୍ଯ୍ୟ ଚଳାଇବା ପାଇଁ କାମରନା ପାଣ୍ଠି ଯୋଗାଇ ଥାଏ ।

ଖବର ଅନୁସାରେ ଏଠାକାର ବାସିନ୍ଦାଙ୍କୁ ସଲମାନଙ୍କ ସହ ଲସ୍କରର ସମ୍ପର୍କ ବିଷୟରେ ଜଣାନଥିଲା । ଏହି ମସଜିଦ୍ ଏକ ବିବାଦୀୟ ଜମିରେ ନିର୍ମିତ ହୋଇଥିବା ଜଣାପଡିଛି । ଏନ୍ଆଇଏ ପକ୍ଷରୁ ମସଜିଦ୍ ପଦାଧିକାରୀଙ୍କୁ ପଚରାଉଚୁରା କରାଯାଉଛି । ଦାନ ଓ ବିଭିନ୍ନ ଦସ୍ତାବିଜ୍ର ବିବରଣୀକୁ ଜବତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ