Connect with us

ଅପରାଧ

ଏମପିଭି-୬୦ ଗ୍ରାମରେ ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ

ସାଙ୍କେତିକ

ଏମପିଭି-୬୦ ଗ୍ରାମରେ ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ
ମାଲକାନଗିରି, ୧୧ ଅପ୍ରେଲ – ମାଲକାନଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଲିମେଳା ବ୍ଲକ ଭେକଟପାଲମ ପଂଚାୟତର ଏମପିଭି-୬୦ ଗ୍ରାମରେ ଇଭିଏମ୍ ଟ୍ୟାମ୍ପରିଂ ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ପ୍ରତିବାଦ କରିବା ସହ ଗ୍ରାମବାସୀ ମାନେ ପୁଲିଂ କର୍ମଚାରୀଙ୍କୁ ବୁଥ୍ ରେ ତାଲା ପକାଇ ରଖିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଭୋଟ୍ ସରିବା ପରେ ପ୍ରିଜାଇଡିଂ ଅଫିସର ଏଜେଂଟମାନଙ୍କ ସମ୍ମୁଖରେ ଇଭିଏମ୍ ମେସିନ୍ ସିଲ୍ କରିବା କଥା । କିନ୍ତୁ, ତାହା ନକରି ଏଜେଂଟ ମାନଙ୍କୁ ବାହାରକୁ ଛଡାଯାଇ ମେସିନ୍ ରେ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳ ପାଇଁ ଭୋଟ୍ ଟ୍ୟାମ୍ପରିଂ କରୁଥିବା ଜଣାପଡିବା ପରେ ୨୦୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ ପୁଲିଂ କର୍ମଚାରୀଙ୍କୁ ବୁଥ୍ ରେ ତାଲା ପକାଇ ରଖିଥିଲେ ଏବଂ ସେଠାରେ ଭଙ୍ଗାରୁଜା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ସେମାନେ ବୁଝି ନଥିଲେ । ଘଟଣାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ରାମରେ ଉତେଜନା ଲାଗି ରହିଛି । ସେହିପରି ଏମପିଭି-୬୫ ରେ ମତଦାନ ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ