Connect with us

ବାଣିଜ୍ୟ

ଏନ୍‌ପିସିଆଇ ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଶୁଭାରମ୍ଭ କରିଛି ।

ଏନ୍‌ପିସିଆଇ ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଶୁଭାରମ୍ଭ କରିଛି ।

ମୁମ୍ବାଇ : ନଗଦ ବିହୀନ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଣ ଉଦ୍ଦେଶ୍ୟରେ ଏନ୍‌ପିସିଆଇ ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଶୁଭାରମ୍ଭ କରିଛି । ଏହି ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ, ଏନ୍‌ପିସିଆଇ ପରାମର୍ଶଦାତା ନନ୍ଦନ ନିଲେକାନୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ମିଳିତ ଭାବେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ଉପରୋକ୍ତ କାର୍ଯ୍ୟକ୍ରମରେ ଏନପିସିଆଇ ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଶ୍ୱମୋହନ ମହାପାତ୍ର, ଏନପିସିଆଇ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦିଲୀପ ଆସ୍‌ବେ ଓ ବିଭିନ୍ନ ବ୍ୟାଙ୍କର ଉପସ୍ଥିତ ଥିଲେ । ଏନ୍‌ପିସିଆଇ ପରାମର୍ଶଦାତା ନନ୍ଦନ ନିଲେକାନୀ କହିଛନ୍ତିି ଯେ, ଡ଼ିଜିଟାଲ କାରବାର ପାଇଁ ୟୁପିଆଇ ଏକ ଉନ୍ନତ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଏହାଦ୍ୱାରା ଦେଶର ଅର୍ଥନୀତି ଡ଼ିଜିଟାଲରେ ପରିଣତ ହୋଇପାରିବ ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ଏହି ଅବସରରେ କହିଛନ୍ତି ଯେ, ଡ଼ିଜିଟାଲ କାରବାର କ୍ଷେତ୍ରରେ ୟୁପିଆଇ ପ୍ଲାଟଫର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛି ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ