Connect with us

ଦେଶ

ଏନ୍ଆଇଏ କବଜାରେ ୧୦ ଆତଙ୍କୀ

ସାଙ୍କେତିକ

ଏନ୍ଆଇଏ କବଜାରେ ୧୦ ଆତଙ୍କୀ
ବିପୁଳ ପରିମାଣର ବିସ୍ଫୋରକ ଜବତ,ଆତ୍ମଘାତୀ ଆକ୍ରମଣ ଥିଲା ଯୋଜନା
ନୂଆଦିଲ୍ଲୀ:- ଏନ୍ଆଇଏ ପକ୍ଷରୁ ଅଟକ ରଖାଯାଇଥିବା ଆତଙ୍କୀ ଦେଶର ଅନେକ ମୁଖ୍ୟ ହସ୍ତୀ, ପ୍ରତିଷ୍ଠାନ ଓ ଦିଲ୍ଲୀର ବଡ ବଜାରକୁ ଟାର୍ଗେଟ କରିବାକୁ ଉଦ୍ୟମ କରୁଥିଲେ । କେବଳ ଏତିକି ନୁହେଁ ଏହି ଆତଙ୍କୀ ଆଗାମୀ କିଛିଦିନରେ ଅନେକ ଜାଗାରେ ବୋମା ବିସ୍ଫୋରଣ କିମ୍ବା ସିରିଏଲ୍ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଥିଲେ । ଏହାସହିତ ଏହି ଲୋକ ରିମୋଟ କଣ୍ଟ୍ରୋଲ ବମ୍ ଓ ସୁଇସାଇଡ୍ ଜ୍ୟାକେଟ୍ ପ୍ରସ୍ତୁତ କରିବାରେ ଜୁଟିଥିଲେ ।

ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଏନ୍ଆଇଏ ଆଇଜି ଏହାର ସୂଚନା ଦେଇଛନ୍ତି । ଏହି ଆତଙ୍କୀ ଆଇଏସ୍ଆଇଏସର ନୂତନ ସଂଗଠନ ହରକତ-ଉଲ-ହ୍ରବ-ଏ-ଇସ୍ଲାମ ଜରିଆରେ ଷଡଯନ୍ତ୍ର ରଚୁଥିଲେ । ୧୬ ସନ୍ଦିଗ୍ଧଙ୍କୁ ଜେରାପରେ ୧୦ ଜଣଙ୍କୁ ଗିରଫ କରାଯାଇଥିବା ଏନ୍ଆଇଏ ଅଧିକାରୀ କହିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଓ ୟୁପି ଏଟିଏସ ମିଳିତ ଭାବେ କରିଥିଲେ । ଏନ୍ଆଇଏ ମୁତାବକ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରୁ ୫ଜଣ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଅନ୍ୟ ୫ଜଣ ଦିଲ୍ଲୀର ବୋଲି ଜଣାପଡିଛି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଆଇଏସ୍ଆଇଏସ୍ ଯୋଜନା ଅନ୍ତର୍ଗତ ଥିବା ବେଳେ ଏହା ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ବ୍ୟାପକ ଭାବେ ସକ୍ରିୟ ଥିଲା । ଏନ୍ଆଇଏ ପ୍ରତ୍ୟେକ୍ଷ ସହଯୋଗରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଏସ୍ଆଇଟି ସହଯୋଗରେ ମୋଟ ୧୬ଟି ସ୍ଥାନ ଉପରେ ଚଢ଼ାଉ କରାଯାଇଛି । ଏଥିରେ ଉତ୍ତରପ୍ରଦେଶର ଆମରୋହାଠାରେ ୧୦ଜଣ ସନ୍ଦେହଜନକ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପଚରାଉଚରା ଆରମ୍ଭ କରିଛି ।

ଏନ୍ଆଇଏର ନେତୃତ୍ୱରେ ଦିଲ୍ଲୀର ଜଫରାବାଦ ଓ ଉତ୍ତରପ୍ରଦେଶର ଆମରୋହାର ୧୬ଟି ସ୍ଥାନରେ ଚାଲିଥିବା ଚଢ଼ାଉରେ ଗିରଫ ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି । ଯେଉଁମାନେ ଅଦ୍ୟାବଧି ଗିରଫ ହୋଇଛନ୍ତି ସେମାନଙ୍କ ନିକଟରୁ ବ୍ୟାପକ ପରିମାଣରେ ମାରଣାସ୍ତ୍ର ଓ ବୋମା ନିର୍ମାଣରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅଦ୍ୟାବଧି ଗିରଫ ହୋଇଥିବା ବ୍ୟକ୍ତିଙ୍କ ନିକଟରୁ ୮ଟି ପିସ୍ତଲ ଓ ଗୋଟିଏ ଗ୍ରେନେଡ ଲଞ୍ଚର ଜବତ କରାଯାଇଛି । ୮ଟି ପିସ୍ତଲ ମଧ୍ୟରୁ ୭ଟି ଦିଲ୍ଲୀରୁ ଜବତ କରାଯାଇଥିବା ବେଳେ ଗୋଟିଏ ଆମରୋହାରୁ ଜବତ ହୋଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହାବୁଡର ବକ୍ସର ଅଞ୍ଚଳର ମୌଲାନା ଅଟନ୍ତି । ଆଇଏସ୍ଆଇଏସ୍ ଯୋଜନା ଅନ୍ତର୍ଗତ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଓ ଆର୍ଏସ୍ଏସ୍ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଭାଇ ସମ୍ପୃକ୍ତ ଥିବା ଜଣାପଡିଛି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଅନୁରୂପ ଏଲର୍ଟ ପୂର୍ବରୁ ଜାରି କରାଯାଇଥିଲା । ଏହି ଚଢ଼ାଉ ଦ୍ୱାରା ଆଇଏସ୍ଆଇଏସ୍ ସଂଗଠନ ଭାରତରେ ନିଜ ସ୍ଥିତି ସୁଦୃଢ଼ କରିବାର ପ୍ରୟାସରେ ଚଳାଇଥିବା ଯୋଜନାକୁ ଏନ୍ଆଇଏ ପଣ୍ଡ କରିଦେଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ