Connect with us

ବିଦେଶ

ଏକ ପ୍ରଳୟଙ୍କରୀ ସୁନାମୀର ସାମ୍ନା କରିଛି ଇଣ୍ଡୋନେସିଆ ।

ପ୍ରଳୟଙ୍କରୀ ସୁନାମୀ

ଜାକାର୍ତ୍ତା :- ଇଣ୍ଡୋନେସିଆର ସୁଲାେଓ୍ଵସି ରାଜ୍ୟ ଏକ ପ୍ରଳୟଙ୍କରୀ ସୁନାମୀର ସାମ୍ନା କରିଛି । ଏହି ସୁନାମୀ ଫଳରେ ସୁୁଲାେଓ୍ଵସିର ରାଜଧୀନୀ ପାଲୁ ଜଳମଗ୍ନ ହୋଇଯାଇଥିବାଜଣାପଡିଛି । ସୁନାମୀ ସଂପର୍କରେ ଇଣ୍ଡୋନେସିଆର ସରକାରୀ ପାଣିପାଗ,ଜଳବାୟୁ ଓ ଭୂତତ୍ତ୍ୱ ଏଜେନ୍ସି ବିଏମକେଜି ମଧ୍ୟ ଏହି ସୁନାମୀ ଖବରକୁ ସ୍ୱୀକାର କରିଛି । ଏହି ସୁନାମୀ ଫଳରେ ବ୍ୟାପକ ଧନଜୀବନ ହାନୀ ହୋଇଥିବା ଜଣାପଡିଛି ।

ଆଜି ଅପରାହ୍ନରେ ଆସିଥିବା ୭.୭ ତୀବ୍ରତାର ଏକ ଭୂମିକମ୍ପ ପରେ ସେଠାକାର ସରକାରଙ୍କ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଥିଲା । କିନ୍ତୁ ପରେ ଏହି ସତର୍କତାକୁ ଉଠାଇଦିଆଯାଇସାଧାରଣ ଲୋକଙ୍କୁ ସ୍ୱାଭାବିକ ଚଳପ୍ରଚଳ ଯାଇଥିଲା । ସତର୍କତା ଉଠାଇ ଦିଆଯିବା ପରେ ହିଁ ପ୍ରବଳ ବେଗରେ ସୁନାମୀ ମାଡିଆସିଥିଲା ତେଣୁ ବ୍ୟାପକ କ୍ଷୟ କ୍ଷତି ହୋଇଥିବାର ଅନୁମାନ କରାଯାଉ ଅଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ