Connect with us

ଦେଶ

ଏଏମ୍ୟୁ ଛାଡିବାକୁ ୧୨୦୦ କାଶ୍ମୀର ଛାତ୍ରଙ୍କ ଧମକ

ସାଙ୍କେତିକ ଚିତ୍ର

ଏଏମ୍ୟୁ ଛାଡିବାକୁ ୧୨୦୦ କାଶ୍ମୀର ଛାତ୍ରଙ୍କ ଧମକ
ଆଲିଗଡ଼,୧୪ା୧୦ : ଭାରତୀୟ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ମୃତ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ମନନ ବାସିର ୱାନି ପାଇଁ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏଏମ୍ୟୁ)ରେ ସ୍ମୃତି ସଭା ଆୟୋଜନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଏକ ନୂଆ ମୋଡ ନେଇଛି । ଦୁଇ କାଶ୍ମୀର ଛାତ୍ରଙ୍କ ବିରୋଧରେ ଏଏମ୍ୟୁ ପ୍ରଶାସନ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବା ପାଇଁ ସେଠାରେ ପଢ଼ୁଥିବା କାଶ୍ମୀର ଛାତ୍ରମାନେ ଦାବି କରିଛନ୍ତି । ଏନେଇ ସେମାନେ ଏକ ସ୍ମାରକ ପତ୍ର ଏଏମ୍ୟୁ ପ୍ରଶାସନକୁ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପ୍ରଶାସନ ତାଙ୍କ ଦାବି ନଶୁଣିଲେ ୧୨୦୦ କାଶ୍ମୀର ଛାତ୍ର ଅକ୍ଟୋବର ୧୭ରେ ସମୂହ ଏଏମ୍ୟୁ ଛାଡି ଘରକୁ ଚାଲିଯିବେ ବୋଲି କହିଛନ୍ତି

କାଶ୍ମୀର ଛାତ୍ରଙ୍କ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପାତରଅନ୍ତର କରୁଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ପ୍ରକାଶଯୋଗ୍ୟ ଯେ, ଆତଙ୍କବାଦୀ ମନନ ବାସିର ୱାନିର ମୃତ୍ୟୁ ଉଦ୍ଦେଶ୍ୟରେ ସ୍ମୃତି ସଭା ଆୟୋଜନ କରିବା ଅଭିଯୋଗରେ ଦୁଇ କାଶ୍ମୀର ଛାତ୍ରଙ୍କୁ ଏଏମ୍ୟୁ ପ୍ରଶାସନ ନିଲମ୍ବିତ କରିଛି । ଏହି କାର୍ଯ୍ୟାନୁଷ୍ଠାନକୁ ଅନ୍ୟ କାଶ୍ମୀର ଛାତ୍ର ବିରୋଧ କରିବା ସହ ରଦ୍ଦ କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆସନ୍ତା ୧୭ ତାରିଖରେ ଏଏମ୍ୟୁ ପ୍ରତିଷ୍ଠାତା ସାର ସହୟ ଅହମ୍ମଦ ଖାଁଙ୍କ ଜୟନ୍ତୀ ଦିନ ୧୨୦୦ କାଶ୍ମୀର ଛାତ୍ର ସମୂହ ନିଜ ଡିଗ୍ରୀ ଫେରାଇ ଘରକୁ ଫେରିଯିବେ ବୋଲି ଧମକ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଏଏମ୍ୟୁର ପୂର୍ବତନ ପିଏଚଡି ଛାତ୍ର ତଥା ଆତଙ୍କବାଦୀ ମନନ ୱାନି ପ୍ରାଣ ହରାଇଥିଲା ।

ମନନ ଗତ ଜାନୁଆରୀରେ ହଜିବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲେ । ପରେ ତାଙ୍କୁ ବିଶ୍ୱବିଦ୍ୟାଳୟରୁ ବିତାଡିତ କରାଯାଇଥିଲା । ମନନ ୱାନିର ମୃତ୍ୟୁ ପରେ ଏଏମ୍ୟୁ ପରିସରରେ କେତେକ କାଶ୍ମୀର ଛାତ୍ର ତା’ର ମୃତ୍ୟୁ ଉଦ୍ଦେଶ୍ୟରେ ସ୍ମୃତିସଭା ଆୟୋଜନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ