Connect with us

ଅପରାଧ

ଉତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଜାଳିଦେଲେ l

ଉତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଜାଳିଦେଲେ l

କଟକ ୨୭।୮: ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁରରେ ଦେଖାଯାଇଥିବା ସାଂପ୍ରଦାୟିକ ଘଟଣାରେ ଉତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଜାଳି ଦେବା ପରେ ୧୪୪ ଧାରା ଜାରି କରି ଦିଆଯାଇଛି। ହଜାର ସଂଖ୍ୟାରେ ରାସ୍ତା ଅବରୋଧ କରିଥିବା ଲୋକମାନେ ପୁଲିସକୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି। ଲୋକଙ୍କର ପଥର ଓ ଢେଲା ମାଡ଼ରେ ପାଖାପାଖି ୨୦ ଜଣ ପୁଲିସ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

ନେମାଳ ଥାନା ଅନ୍ତର୍ଗତ କାକୁଡିଆପଡ଼ାରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟର ବସ୍ତିକୁ ବହୁ ସଂଖ୍ୟାରେ ଲୋକ ଘେରି ରହିଥିବା ସୂଚନା ମିଳିଛି । ଏହାପରେ ଘଟଣାସ୍ଥଳରେ ମାହାଙ୍ଗା, ନିଶ୍ଚିନ୍ତ କୋଇଲି, ନେମାଳ ଓ କିଷନ ନଗର ଥାନା ପୁଲିସ ପହଞ୍ଚିଥିଲାବେଳେ, ପ୍ରଶାସନ ଡିଏସ୍‌ପି ଆଲୋକ ରଞ୍ଜନ ରାୟଙ୍କ ନେତୃତ୍ୱରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ଲାଗି ଉଦ୍ୟମ ଜାରି ରଖିଛି l

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ