Connect with us

ଦେଶ

ଉଚ୍ଚବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ବିଲ୍ ରାଜ୍ୟସଭାରେ ପାରିତ

ସାଙ୍କେତିକ

ଉଚ୍ଚବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ବିଲ୍ ରାଜ୍ୟସଭାରେ ପାରିତ
ନୂଆଦିଲ୍ଲୀ,୯ା୧ : କେନ୍ଦ୍ରର ଏନ୍ଡିଏ ସରକାରଙ୍କ ପାଇଁ ଏକ ବଡ ସଫଳତା । ରାଜ୍ୟସଭାରେ ଆଜି ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍ ପାସ୍ ହୋଇଯାଇଛି । ସମ୍ବିଧାନର ୧୨୪ତମ ସଂଶୋଧନ ବିଲ୍ ସପକ୍ଷରେ ୧୬୫ଟି ଓ ବିପକ୍ଷରେ ୭ଟି ଭୋଟ ପଡିଥିଲା । ଏହାପୂର୍ବରୁ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ବିରୋଧୀ ଦଳଙ୍କ ଦାବି ଖାରଜ ହୋଇଯାଇଥିଲା ।

ଏହି ଦାବି ବିରୋଧରେ ୧୫୫ଟି ଓ ସପକ୍ଷରେ ମାତ୍ର ୧୮ଟି ଭୋଟ ପଡିଥିଲା । ସଂସଦର ଦୁଇ ସଦନରେ ପାସ୍ ହେବା ପରେ ଏହାକୁ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ଗତକାଲି ଲୋକସଭାରେ ଏହି ବିଲ୍ ପାସ୍ ହୋଇଥିଲା । ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହେବା ପରେ ରାତି ୯ଟା ୫୫ରେ ଭୋଟିଂ ହୋଇଥିଲା । ଭୋଟିରେ ୩୨୬ ସାଂସଦ ଅଂଶଗ୍ରହଣ କରିଥିଲେ । ଏଥିରେ ସଂଶୋଧନ ବିଧେୟକର ପକ୍ଷରେ ୩୨୩ ଭୋଟ ପଡିଥିଲା । ମାତ୍ର ୩ଜଣ ସାଂସଦ ଏହାକୁ ବିରୋଧ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ