Connect with us

ଦେଶ

ଇସ୍ରାଏଲ ଠାରୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତ

ସାଙ୍କେତିକ ଚିତ୍ର

ଇସ୍ରାଏଲ ଠାରୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତ
୫୬୦୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷରିତ
ତେଲ ଅଭିଭ,୨୪ା୧୦ : ଋଷ ପରେ ଏବେ ଇସ୍ରାଏଲଠାରୁ ଭାରତ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା (ଏୟାର ମିଶାଇଲ ଡିଫେନ୍ସ ସିଷ୍ଟମ) କିଣିବ । ଏଥିପାଇଁ ଇସ୍ରାଏଲର ଏରୋସ୍ପେସ ଇଣ୍ଡଷ୍ଟ୍ରିଜ୍ (ଆଇଏଆଇ)କୁ କଣ୍ଟ୍ରାକ୍ଟ ଦିଆଯାଇଛି । ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ସହ ମିଶି ଏଲଆରଏସ୍ଏଏମ୍ ଆକାଶ ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ପ୍ରସ୍ତୁତି କରିବ । ଏନେଇ ୫,୬୮୪ କୋଟି ଟଙ୍କାର ଏକ ରାଜିନାମା ସ୍ୱାକ୍ଷର ହୋଇଛି ଓ ଏଥିରେ ଆଇଏଆଇ ସହ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ସହଭାଗୀ ରହିଛି । ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନୌସେନାର ୭ଟି ଜାହାଜରେ ମୁତୟନ କରାଯିବ । ଭାରତୀୟ ନୌସେନା ସହ ସ୍ଥଳ ଏବଂ ବାୟୁ ସେନା ମଧ୍ୟ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ବ୍ୟବହାର କରିପାରିବେ । ପୂର୍ବରୁ ଭାରତ ଋଷ ସହ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ରାଜିନାମା କରିଥିଲା । ଆମେରିକା ଏହାକୁ ନେଇ ପ୍ରତିବାଦ ଜଣାଇଥିଲା । କିନ୍ତୁ ଏବେ ଭାରତ ଆମେରିକାର ସବୁଠୁ ବଡ ପ୍ରତିରକ୍ଷା ସହଯୋଗୀ ଇସ୍ରାଏଲ ସହ ଏହି ପ୍ରତିରକ୍ଷା ରାଜିନାମା କରିଛି । ଆଇଏଆଇ ଅନୁସାରେ ଏହି ରାଜିନାମା ପରେ ବାରକ-୮ କ୍ଷେପଣାସ୍ତ୍ର ରାଜିନାମା (୫ଶହ କୋଟି ଡଲାର) ୪୪ ହଜାର କୋଟି ଟଙ୍କାରେ ପହଞ୍ôଚଛି । ଏହାସହ ଇସ୍ରାଏଲ ଭାରତ ପାଇଁ ତୃତୀୟ ସର୍ବାଧିକ ପ୍ରତିରକ୍ଷା ଅସ୍ତ୍ର ଯୋଗାଉଥିବା ରାଷ୍ଟ୍ର ହୋଇଛି । ତେବେ ଭାରତକୁ ପ୍ରତିରକ୍ଷା ଅସ୍ତ୍ର ଯୋଗାଉଥିବା ରାଷ୍ଟ୍ରଙ୍କ କ୍ଷେତ୍ରରେ ଆମେରିକା ପ୍ରଥମ ଏବଂ ଋଷ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଗତବର୍ଷ ଇସ୍ରାଏଲର ଆଇଏଆଇ ଭାରତୀୟ ସେନା ସହ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ୧୪ ହଜାର କୋଟି ଟଙ୍କାର ରାଜିନାମା କରିଥିଲା । ଏଥିରେ ଆଇଏଆଇ ଭୂପୃଷ୍ଠକୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ୮ଟି ବାରାକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବିଇଏଲକୁ ସହଭାଗୀ କରିଥିଲା । ବାରାକ କ୍ଷେପଣାସ୍ତ୍ରକୁ ଜାହାଜରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଭାବେ ବ୍ୟବହାର କରାଯାଏ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ