Connect with us

ଦେଶ

ଇସ୍ତଫା ଦେଲେ ଶିବରାଜ ସିଂ ଚୌହାନ

ସାଙ୍କେତିକ ଚିତ୍ର

ଇସ୍ତଫା ଦେଲେ ଶିବରାଜ ସିଂ ଚୌହାନ
ନୂଆଦିଲ୍ଲୀ,୧୨ା୧୨ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଶିବରାଜ ସିଂ ଚୌହାନ ଇସ୍ତଫା ଦେଇଛନ୍ତି । ସେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶିବରାଜ ଏବେ ସ୍ୱାଧୀନ ବୋଲି କହିଛନ୍ତି । ନିର୍ବାଚନରେ ପରାଜୟ ପାଇଁ ସେ ନିଜକୁ ଦାୟୀ କରିବା ସହ ଦଳୀୟ କର୍ମୀମାନେ ବହୁ ପରିଶ୍ରମ କରିଥିଲେ ବୋଲି ମଧ୍ୟ ଶିବରାଜ କହିଛନ୍ତି । ବହୁମତ ମିଳି ନଥିବାରୁ ସରକାର ଗଢ଼ିବା ପାଇଁ ସେମାନେ ଦାବି କରିବେ ନାହିଁ ।

ମଙ୍ଗଳବାର ଦିନ କଡା ଟକ୍କର ଦେବା ପରେ ବୁଧବାର ସକାଳେ ନିର୍ବାଚନ ଆୟୋଗ କଂଗ୍ରେସକୁ ୧୧୪ ସିଟ୍ ସହ ସବୁଠାରୁ ବଡ ଦଳ ବୋଲି ଘୋଷିତ କରିଛି । ମାୟାବତୀ ଓ ଅଖିଳେଶ ଯାଦବ ମଧ୍ୟ କଂଗ୍ରେସ ଦଳକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୩୦ ଆସନରୁ ୧୦୯ଟି ସିଟ୍ ବିଜେପି ହାତକୁ ଯାଇଥିବା ବେଳେ ୧୧୪ଟି ଆସନରେ କଂଗ୍ରେସ ବିଜୟୀ ହୋଇଛି ଏବଂ ଅନ୍ୟାନ୍ୟଙ୍କ ପାଖକୁ ୭ଟି ସିଟ୍ ଯାଇଛି ।

ବିଏସ୍ପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ୱାଧୀନଙ୍କୁ ୪ଟି ସିଟ୍ ମିଳିଛି । ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ଯାଉଥିବାରୁ କଂଗ୍ରେସର ଦଳୀୟ କର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ