Connect with us

ଓଡିଶା

ଇଭିଏମ୍ ରେ ସିଲ୍ ହେଲା ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ

ସାଙ୍କେତିକ

ଇଭିଏମ୍ ରେ ସିଲ୍ ହେଲା ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର,୧୧ ଏପ୍ରିଲ – ଗୁରୁବାର ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି । ଯେଉଁ ଅଂଚଳରେ ଭୋଟ ବର୍ଜନ କରାଯାଇଛି ସେ ଅଂଚଳରୁ ବିସ୍ତୃତ ତଥ୍ୟ ମଗାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଶେଷ ଖବର ସୁଦ୍ଧା ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ ହୋଇଥିଲା ।
ଅପରପକ୍ଷରେ ମାଲକାନଗିରି ଜିଲ୍ଲାର ମାଥିଲିରେ ୮ଟି ଗାଁର ଲୋକ ବିଭିନ୍ନ ଦାବି ନେଇ ଭୋଟ୍ ବର୍ଜନ କରିଥିଲେ । ସେମାନଙ୍କ ଦାବିକୁ ବି·ରକୁ ନିଆଯାଇଥିବା ସିଇଓ କହିଛନ୍ତି ।ସେହିପରି ମାଓ ଭୟରେ କୁନ୍ତରୁପଦରରେ ଗୋଟିଏ ବି ଭୋଟ୍ ପଡିନଥିଲା ।
ସୂଚନା ଅନୁଯାୟୀ ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ ହୋଇଥିଲା । ଅପରାହ୍ନ ୩ ଟା ୩୦ ସୁଦ୍ଧା ୫୭ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ଭୋଟିଂ ହୋଇଥିଲା । ଅପରାହ୍ନ ୧ଟା ସୁଦ୍ଧା ବ୍ରହ୍ମପୁର -୪୩ ପ୍ରତିଶତ , ନବରଙ୍ଗପୁର -୪୫ ପ୍ରତିଶତ , କୋରାପୁଟ – ୪୨ ପ୍ରତିଶତ ଓ କଳାହାଣ୍ଡି -୩୯ ପ୍ରତିଶତ ଭୋଟ୍ ଗ୍ରହଣ କରାଯାଇଥଲା । ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ଭୋଟିଂ ହୋଇଥିଲା ।
ଭୋଟ୍ ଗ୍ରହଣ ପ୍ରାରମ୍ଭରେ ଅନେକ ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା ।ଏଥିଯୋଗୁଁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା । ଆବଶ୍ୟକ ମରାମତି ପରେ ୩୦ /୪୦ ବିଳମ୍ବରେ ଭୋଟ୍ ଗ୍ରହଣ କରାଯାଇଥିଲା । ଭୋଟ୍ ଭୋଟ୍ ଗ୍ରହଣ ବିଳମ୍ବ ହୋଇଥିବା ସ୍ଥାନ ମାନଙ୍କରେ ନିର୍ଦ୍ଧାରିତ ସମୟସୀମା ବୃଦ୍ଧି କରାଯିବ ନାହିଁ । ତେବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଧାଡିରେ ଠିଆ ହୋଇଥିବା ଭୋଟରମାନଙ୍କୁ ମତଦାନ କରିବାକୁ ଦିଆଯିବ ବୋଲି ଶ୍ରୀ କୁମାର କହିଥିଲେ ।
କୋରାପୁଟ ଜିଲ୍ଲା ଜୟପୁରର ପାରାବେଡ଼ା ହାଇସ୍କୁଲର ୧୬୨ ନମ୍ବର ବୁଥ୍, ଲମତାପୁଟ ବ୍ଳକର ୬୮, ୬୯ ଓ ୭୭ ନମ୍ବର ବୁଥରେ ମତଦାନ ବିଳମ୍ବ ହୋଇଥିଲା । ସେହିପରି ମାଲକାନଗିରି ଜିଲ୍ଲାର ୧୦ଟି ବୁଥରେ ମଧ୍ୟ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ୨ଟି ବୁଥ୍ ଓ ରାଇଘର ବ୍ଲକର ଗୋଟିଏ ବୁଥରେ ଇଭିଏମ୍ ଅଚଳ ହୋଇଯାଇଥିଲା । ସେହିପରି କୋରାପୁଟ ଜିଲ୍ଲା ଲମତାପୁଟର ବାଜିଗଡ଼ ଆଶ୍ରମ ସ୍କୁଲର୬୫ ନମ୍ବର ବୁଥ୍ ଓ ଖର୍ସପଡ଼ା ୟୁପି ସ୍କୁଲର ୭୧ ନମ୍ବର ବୁଥରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।
ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏସେହିପରି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ସର୍ବମୋଟ୍ ୨୧୭ ଜଣ ପ୍ରାର୍ଥୀଙ୍କ ପାଇଁ ଭୋଟର ଭୋଟ୍ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୨୩୩ ବୁଥ୍ରେ ଭୋଟ୍ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨ ହଜାର ୩୭୫ଟି ସମ୍ବେଦନଶୀଳ ବୁଥ୍ ରହିଥିବା ବେଳେ ୩୦ଟି ମହିଳା ବୁଥ୍ ରହିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା