Connect with us

ଦେଶ

ଇଦ୍‌-ଉଲ୍‌-ଜୁହାରେ ଗୋ-ହତ୍ୟା ନ କରିବା ପାଇଁ ଯୋଗୀଙ୍କ ନିର୍ଦେଶ

ଇଦ୍‌-ଉଲ୍‌-ଜୁହାରେ ଗୋ-ହତ୍ୟା ନ କରିବା ପାଇଁ ଯୋଗୀଙ୍କ ନିର୍ଦେଶ

ଲକ୍ଷ୍ନୌ: ଇଦ୍‌-ଉଲ୍‌-ଜୁହାରେ ଯେମିତି ଗୋ-ହତ୍ୟା ନହୁଏ ସେଥିପାଇଁ ସତର୍କ ରହିବାକୁ ଉତ୍ତରପ୍ରଦେଶ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ତରଫରୁ ଜାରି ହୋଇଥିବା ଜଣାପଡ଼ିଛି। ଯୋଗୀ ଅଧିକାରୀମାନଙ୍କୁ କହିଛନ୍ତି ଯେ, ପଶୁ ତଥା ଗୋରୁମାନଙ୍କୁ ହତ୍ୟା ନକରିବା ପାଇଁ ଆଇନ୍‌ ବ୍ୟବସ୍ଥା କଡ଼ାକଡ଼ି କର । ଏକ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ସୁରକ୍ଷା ପର୍ଯ୍ୟାପ୍ତ କରାଯାଉ। ପର୍ବପର୍ବାଣୀ ସମୟରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରାଯାଉ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଅସାମାଜିକ ଗତିବିଧି ଉପରେ କଡ଼ା ନଜର ରଖାଯାଉ ବୋଲି ଯୋଗୀ ଆଦେଶ ଦେଇଛନ୍ତି। ଯୋଗୀ ସ୍ପଷ୍ଟ ଭାବରେ କହିଛନ୍ତି ପରଂପରା ବିରୋଧୀ କାର୍ଯ୍ୟ ନ ହେଉ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ