Connect with us

ଓଡିଶା

ଆସୁଛି ମାଧ୍ୟମ ଧରଣର ବାତ୍ୟା ! ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ତିତଲି’ ରଖାଗଲା !

ସାଙ୍କେତିକ ଚିତ୍ର

ଆସୁଛି ମାଧ୍ୟମ ଧରଣର ବାତ୍ୟା ! ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ତିତଲି’ ରଖାଗଲା !
ନୂଆଦିଲ୍ଲୀ / ଭୁବନେଶ୍ୱର :- ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁ·ପ ଅବପାତର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ବାତ୍ୟାରେ ପରିଣତ ହେବ । ଏହାର ନାମ “ତିତଲି’ ରଖାଯାଇଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଇଏମଡି ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଡିପ୍ରେସନ କ୍ରମେ ଉତ୍ତର ଆନ୍ଧ୍ର, ଓଡିଶା ଉପକୂଳ ଆଡକୁ ମୁହାଁଉଛି । ୧୦ ତାରିଖ ସକାଳ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସହ ୧୧ ତାରିଖ ସକାଳେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବାତ୍ୟା ପାଇଁ ଛୁଟି ମଧ୍ୟ ବାତିଲ ହୋଇଛ । ଏହା ସହ କାହାରିକୁ ଛୁଟିରେ ଯିବାକୁ ଅନୁମତି ନଦେବାକୁ ମଧ୍ୟ କୁହାଯାଇଛି । ଏସଆରସି ଅଫିସ, ଓସଡମା ଅଫିସ କର୍ମ·ରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି ଡେପୁଟି ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି । ଅବପାତ ଗୋପାଳପୁରଠାରୁ ୬୮୦ କିଲୋମିଟର ଦୂରରେ ଥିବା ବେଳେ ଏହା ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମୁହାଁ ହେଉଛି । ଅବପାତ ପୂର୍ବ-କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ, ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଅ ।ଣ୍ଡାମାନରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ୧୦ ତାରିଖରେ ଓଡିଶାରେ ବର୍ଷାର ପରିମାଣ ବଢିବ । ୧୨ ତାରିଖରୁ ବର୍ଷାର ପରିମାଣ କମିବ ଏବଂ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବିଙ୍କୁ ବାରଣ କରାଯାଇଛି । ବର୍ତମାନ ଲଘୁ·ପ ଦୁର୍ବଳ ହେବାର ସମ୍ଭାବନା କମ୍ ଥିବା ପାଣିପାଗ ବିଭାଗ କହିଛି ।

ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୋମବାର ସମସ୍ତ ଜିଲ୍ଲାପାଳ, ଅ ।ରଡିସି, ପୋଲିସ୍ ଆଇଜି, ଅଗ୍ନିଶମ ଅ ।ଇଜି ଓ ତୃତୀୟ ଏନଡିଆରଏଫ୍ ବାଟାଲିୟନକୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, ସୋମବାର ସକାଳ ସାଢେ ୮ଟା ସୁଦ୍ଧା ଏହି ଡିପ୍ରେସନ୍ ଗୋପାଳପୁରର ଦକ୍ଷିଣ-ଦକ୍ଷିଣପୂର୍ବର ୭୨୦ କିମି ଦୂରରେ କେନ୍ଦ୍ରିତ ରହିଥିବା ବେଳେ ଅ ।ସନ୍ତା ୨୪ ଘଂଟା ମଧ୍ୟରେ ଏହା ଡିପ୍ ଡିପ୍ରେସନ୍ ଓ ପରେ ବାତ୍ୟାର ରୂପ ନେବାର ଅ ।ଶଙ୍କା ରହିଛି । ଏହି ବାତ୍ୟା ଆସନ୍ତା ୭୨ ଘଂଟା ମଧ୍ୟରେ ଉତର-ପଶ୍ଚିମ ମୁହାଁ ହୋଇ ଓଡିଶା ଓ ଉତର ଆନ୍ଧ୍ରପ୍ରଦେଶକୁ ଗତି କରିବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୧୦ ତାରିଖରୁ ଘଂଟା ପ୍ରତି ୪୫ ରୁ ୬୫ କିମି ବେଗରେ ପବନ ବୋହିବ । ଯାହା ପରେ ବୃଦ୍ଧି ପାଇ ସନ୍ଧ୍ର‌୍ୟାରେ ଘଂଟା ପ୍ରତି ୯୦ କିମିରେ ପହଂଚିବାର ଅ ।ଶଙ୍କା ରହିଛି । ବାତ୍ୟା ପ୍ରଭାବରେ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଜିଲ୍ଲାରେ ୯ ତାରିଖରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଲଘୁ·ପକୁ ଦୃଷ୍ଟିରେ ରଖି ସୋମବାରଠୁ ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଅ ।ଯାଇଛି । ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନଙ୍କୁ ରାତି ସୁଦ୍ଧା ଫେରି ଆସିବାକୁ କୁହାଯାଇଛି ।

ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନିକସ୍ତରରେ ପୂର୍ଣ୍ଣ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସ୍ଥିତିରେ ସୁଧାର ନଅ ।ସିବା ପର୍ଯ୍ୟନ୍ତ ସମସ୍ତ ଅଫିସରମାନଙ୍କୁ ହେଡକ୍ୱାର୍ଟର ନଛାଡ଼ିବା ପାଇଁ ତାଗିଦ୍ କରାଯିବା ସହ କର୍ମ·ରୀଙ୍କ ଛୁଟି ବାତିଲ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରରେ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲି ସ୍ଥିତି ଉପରେ ନିୟମିତ ନଜର ରଖିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆଶଙ୍କା ଦେଖି ସୋମବାର ଠାରୁ ୧୧ ତାରିଖ ଯାଏ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ଲୁବାନ’ ଲାକ୍ଷାଦୀପ ଓ ଏହାର ଆଖପାଖ ଅଂଚଳରେ ବର୍ଷା ଲାଗି ରହିଛି । ତେବେ ଏହା ୟେମେନ୍ ଆଡ଼କୁ ଗତି କରୁଥିବାରୁ ପଶ୍ଚିମ ଭାରତରେ ଏହାର ବିଶେଷ ପ୍ରଭାବ ପଡ଼ିବାର ଆଶଙ୍କା ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା