Connect with us

ଓଡିଶା

ଆସୀନ ବିଧାୟକଙ୍କୁ ଦଳୀୟ ଟିକେଟ ନଦେବାକୁ ନେଇ ବିଜେଡ଼ିରେ ବିଦ୍ରୋହ

image

ଆସୀନ ବିଧାୟକଙ୍କୁ ଦଳୀୟ ଟିକେଟ ନଦେବାକୁ ନେଇ ବିଜେଡ଼ିରେ ବିଦ୍ରୋହ
ଭୁବନେଶ୍ୱର,୧୬ ମାର୍ଚ୍ଚ – ବିଜେଡ଼ିର ବରିଷ୍ଠ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଆଗାମୀ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରି ଟିକେଟ ଦିଆନଗଲେ ତାର ପରିଣାମ ଭୟଙ୍କର ହେବ ବୋଲି କର୍ମୀ ସମ୍ମିଳନୀ ବୈଠକରେ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଯେଉଁମାନଙ୍କୁ ବିଜେଡ଼ିକୁ ଅଣାଯାଉଛି ତାଙ୍କୁ ଅନ୍ୟତ୍ର ଥଇଥାନ କରାଯାଉ । ନୂଆକରି ଯେଉଁମାନେ ଦଳକୁ ଆସିଛନ୍ତି ସେମାନଙ୍କ ପାଇଁ ଆସୀନ ବିଧାୟକଙ୍କର ଟିକେଟ କଟାନଯାଉ ବୋଲି ଦାବି କରାଯାଇଥିଲା । ବିଜେଡ଼ି ଦଳରେ ଯୋଗଦେଇଥିବା କଂଗ୍ରେସ ନେତା ବିକ୍ରମ ପଣ୍ଡାଙ୍କର ସମ୍ଭାବ୍ୟ ପ୍ରାଥିତ୍ୱକୁ ଏବଂ ଚ୍ୟାଉ ପଟ୍ଟନାୟକଙ୍କୁ ସେ ବିଭିନ୍ନ ପ୍ରଲୋଭନ ଦେଖାଉଥିବା ଘଟଣାକୁ ନେଇ କର୍ମୀ ସମ୍ମିଳନୀ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା