Connect with us

ମନୋରଞ୍ଜନ

ଆଲୋକନାଥଙ୍କ ନାଁରେ ମାମଲା ରୁଜୁ

ସାଙ୍କେତିକ ଚିତ୍ର

ଆଲୋକନାଥଙ୍କ ନାଁରେ ମାମଲା ରୁଜୁ
ମୁମ୍ବାଇ,୨୧ା୧୧ : ସିନେମା ଓ ଟିଭି ସିରିୟଲର ପ୍ରଖ୍ୟାତ ଚରିତ୍ର ଅଭିନେତା ଆଲୋକନାଥଙ୍କ ନାମରେ ଓଶିୱାରା ପୋଲିସ୍ ବୁଧବାର ବଳାତ୍କାର ଦଫା ଲଗାଇ ମାମଲା ରୁଜୁ କରିଛି । ଭାରତବର୍ଷରେ ବର୍ତମାନ ଯେଉଁ ମିଠୁଃ ଅଭିଯାନ ଚାଲିଛି ସେଥିରେ ସାମିଲ ହୋଇ ଗତମାସରେ ମହିଳା ଚଳଚ୍ଚିତ୍ର ନିର୍ମାତା ବିନ୍ତା ନନ୍ଦା ଅଭିଯୋଗ କରିଥିଲେ ଯେ ତାଙ୍କୁ ୧୯ ବର୍ଷ ତଳେ ଆଲୋକନାଥ ବଳାତ୍କାର କରିଥିଲେ ।

ଓଶିୱାରା ପୋଲିସ ନିକଟକୁ ଏକ ଦରଖାସ୍ତ ଲେଖି ନନ୍ଦା ଉଲ୍ଲେଖ କରିଥିଲେ ଯେ ଗୋଟିଏ ପାର୍ଟିରେ ସେ ଓ ଆଲୋକନାଥ ଯୋଗ ଦେଇଥିଲେ । ପାର୍ଟି ସରି ଆସିବା ବେଳକୁ ଆଲୋକନାଥ ତାଙ୍କୁ ଘରେ ଛାଡିଦେବେ ବୋଲି କହିଥିଲେ । ଦୁହେଁ ମିଶି ଫେରିବା ପରେ ମଦ ନିଶାରେ ଚୁର୍ ଆଲୋକନାଥ ତାଙ୍କ ଘରେ ହିଁ ବଳାତ୍କାର କରିଥିଲେ ବୋଲି ନନ୍ଦା ଦରଖାସ୍ତରେ ଲେଖିଥିଲେ ।

ଏହି ଦରଖାସ୍ତ ପାଇଲା ପରେ ପୋଲିସ ପ୍ରଥମେ ଅଭିଯୋଗକୁ ଅନୁଧ୍ୟାନ କରିଥିଲା । ଏବେ ସେହି ଦରଖାସ୍ତକୁ ଏତଲା ଭାବେ ପୋଲିସ ଗ୍ରହଣ କରି ବଳାତ୍କାର ମାମଲା ରୁଜୁ କରିଛି । ଜେରା ଲାଗି ଆଲୋକନାଥଙ୍କୁ ସମନ ପଠାଯିବ ବୋଲି ମୁମ୍ବାଇ ପଶ୍ଚିମାଂଚଳର ଅତିରିକ୍ତ ପୋଲିସ କମିଶନର ମନୋଜ କୁମାର ସିହ୍ନା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ