Connect with us

ଦେଶ

ଆରଏନଆଇ ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ ପାଇଁ ଆଜିଠୁ ଅନ୍ଲାଇନ୍ ଟୋକନ ବ୍ୟବସ୍ଥା

ସାଙ୍କେତିକ

ଆରଏନଆଇ ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ ପାଇଁ ଆଜିଠୁ ଅନ୍ଲାଇନ୍ ଟୋକନ ବ୍ୟବସ୍ଥା
ଭୁବନେଶ୍ୱର,୩୧ ଜାନୁଆରୀ – ଆରଏନଆଇର ବରିଷ୍ଠ ଅଧିକାରୀ / କତୃପକ୍ଷଙ୍କ ସହ ସାକ୍ଷାତ କରିବା ପାଇଁ ପ୍ରକାଶକ/ପବ୍ଲିସରମାନଙ୍କ ନିମନ୍ତେ ଶୁକ୍ରବାର ଠାରୁ ଅନ୍ଲାଇନ୍ ଟୋକନ ଜେନେରେସନ ବ୍ୟବସ୍ଥା ଆରମ୍ଭ କରାଯିବ ।

ପ୍ରକାଶକ କିମ୍ବା ତାଙ୍କ ଦ୍ୱାରା ଅଧିସ୍ୱୀକୃତ ପ୍ରତିନିଧି ପ୍ରତି ସପ୍ତାହର ମଙ୍ଗଳବାର ଓ ଗୁରୁବାର କାର୍ଯ୍ୟକାରୀ ଦିବସରେ ଅପରାହ୍ନ ୪ଟାରୁ ୫ ମଧ୍ୟରେ ଆରଏନଆଇର ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ କରିପାରିବେ । ଏଥିପାଇଁ ଆରଏନଆଇ ୱେବସାଇଟ୍ ରୁ ଅନ୍ଲାଇନ୍ ଟୋକନ ବାହାର କରିବାକୁ ପଡିବ । କୌଣସି ହାତ ଲେଖା ଟୋକନ ବା ଚିଠି ବା ଭିଜିଟିଙ୍ଗ କାର୍ଡ ଦେଖାଇ ବରିଷ୍ଠ ଅଧିକାରୀମାନଙ୍କ ସହ ସାକ୍ଷାତ କରିପାରିବେ ନାହିଁ ।

ଆରଏନଆଇର ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ କରିବା ପାଇଁ ହେଲେ ୧୫ ଦିନ ପୂର୍ବରୁ ଅନ୍ଲାଇନ୍ ଟୋକନ ଜରିଆରେ ନିଜର ସମୟ ନିର୍ଦ୍ଧାରଣ କରିବାକୁ ପଡିବ । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଭାରତର ପ୍ରେସ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ