Connect with us

ଦେଶ

ଆମ ଏନଏସଏ କମାଣ୍ଡୋ ମଧ୍ୟ ଶୃଙ୍ଖଳିତ ନୁହନ୍ତି

ସାଙ୍କେତିକ ଚିତ୍ର

ଆମ ଏନଏସଏ କମାଣ୍ଡୋ ମଧ୍ୟ ଶୃଙ୍ଖଳିତ ନୁହନ୍ତି
ନୂଆଦିଲ୍ଲୀ,୨୮।୧୧: ଦେଶରେ ଦିନକୁ ଦିନ ଆତଙ୍କବାଦ ବଢୁଥିବାବେଳେ ସୁରକ୍ଷା କର୍ମଚାରୀଙ୍କ ଅସହଯୋଗ ମନୋବୃତି ଯୋଗୁଁ ଜନସାଧାରଣ ତଥା ଦେଶର ସୁରକ୍ଷା ବିପନ୍ନ ହଉଚି । ଭିନ୍ନ ଏକ ସୂତ୍ରରୁ ଜଣାପଡିଛି ଯେ ,ଜମ୍ମୁ-କଶ୍ମୀରରେ ଗତ ୬ ମାସରୁ ଅଧିକ ସମୟ ଧରି ମୁତୟନ କରାଯାଇଥିବା ୮୦ ଜଣ ଏନଏସଜି କମାଣ୍ଡୋଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜବାବ ତଲବ କରାଯାଇଛି । ସେମାନଙ୍କୁ ଅର୍ଦ୍ଧସାମରିକ ଏବଂ ପୋଲିସ ବାହିନୀଙ୍କୁ ତାଲିମ ଦେବା ପାଇଁ ଏଠାକୁ ପଠାଯାଇଥିଲା ।

ତେବେ ସେମାନେ ଏକ ମାସ ମଧ୍ୟରେ କୌଣସି ଆତଙ୍କବାଦ ବିରୋଧୀ ଅପରେଶନରେ ଅଂଶଗ୍ରହଣ କରି ନାହାଁନ୍ତି କିମ୍ବା ସୁରକ୍ଷାବଳଙ୍କୁ ଆବଶ୍ୟକ ତାଲିମ ମଧ୍ୟ ଦେଇ ନାହାଁନ୍ତି । ଏନେଇ ସେମାନଙ୍କୁ ନିଜର ମତ ରଖିବା ପାଇଁ ନୋଟିସ ଜାରି କରାଯାଇଛି । ଗତ ମେ ମାସରେ ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କ ନିର୍ଦ୍ଦେଶରେ କମାଣ୍ଡୋଙ୍କୁ ଏଠାରେ ନିୟୋଜିତ କରାଯାଇଥିଲା । ସୂଚନାଯୋଗ୍ୟଯେ , ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀର ଉପତ୍ୟକାରେ ଅପରେଶନ ଅଲଆଉଟ୍‌ରେ ୨୩୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୮୫ ଯବାନ ଶହୀଦ୍‌ ହୋଇଛନ୍ତି । ଚଳିତ ବର୍ଷ ୪୫୦ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ