Connect with us

ଦେଶ

ଆମ୍‌ ଆଦ୍‌ମି ପାର୍ଟି ଟିକେଟରେ ଶତୃଘ୍ନ ସିହ୍ନା ଓ ଯଶୱନ୍ତ ସିହ୍ନା ନିର୍ବାଚନ ଲଢ଼ିପାରନ୍ତି l

ଆମ୍‌ ଆଦ୍‌ମି ପାର୍ଟି ଟିକେଟରେ ଶତୃଘ୍ନ ସିହ୍ନା ଓ ଯଶୱନ୍ତ ସିହ୍ନା ନିର୍ବାଚନ ଲଢ଼ିପାରନ୍ତି l

ଆମ୍‌ ଆଦ୍‌ମି ପାର୍ଟି ଟିକେଟରେ ଶତୃଘ୍ନ ସିହ୍ନା ଓ ଯଶୱନ୍ତ ସିହ୍ନା ନିର୍ବାଚନ ଲଢ଼ିପାରନ୍ତି l

ନୂଆଦିଲ୍ଲୀ:- ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦ୍‌ମି ପାର୍ଟି ଟିକେଟରେ ବିଜେପି ଏମ୍‌ପି ଶତୃଘ୍ନ ସିହ୍ନା ନିର୍ବାଚନ ଲଢ଼ିପାରନ୍ତି । କେବଳ ସେ ନୁହେଁ, ମଧ୍ୟ ଆପ୍‌ ଟିକେଟ୍‌ରେ ଆଗାମୀ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବାରମ୍ବାର ଦଳ ବିରୋଧରେ କହି ବିଜେପି ଏମ୍‌ପି ଶତୃଘ୍ନ ସିହ୍ନା ଓ ବରିଷ୍ଠ ନେତା ଯଶୱନ୍ତ ସିହ୍ନା ଅନେକ ସମୟରେ ସରକାରକୁ ଅସୁବିଧାରେ ପକାଉଛନ୍ତି l ବର୍ତ୍ତମାନ ସେମାନଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ଯେ , ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ଆଶାୟୀ ଥିବାବେଳେ ଶତୃଘ୍ନ ସିହ୍ନାଙ୍କୁ ପଶ୍ଚିମ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିବା ପାଇଁ ଆପ୍‌ ଯୋଜନା କରୁଥିବା କୁହାଯାଉଛି।

କିଛିଦିନ ପୂର୍ବରୁ ଯଶୱନ୍ତ ସିହ୍ନା ଆଉ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ l କିନ୍ତୁ ଦିଲ୍ଲୀର ନୋଏଡାଠାରେ “ଜନ ଅଧିକାର” ରାଲିରେ କେଜ୍ରିୱାଲ କହିଥିଲେ ଯେ , “ ଆପଣଙ୍କ ଭଳି ଭଲ ଲୋକ ନିର୍ବାଚନ ନଲଢ଼ିଲେ ଆଉ କିଏ ଲଢ଼ିବ ? ଜନତା ଚାହାନ୍ତି ଆପଣ ନିର୍ବାଚନ ଲଢ଼ନ୍ତୁ” ବୋଲି କେଜ୍ରିୱାଲ ଏହି ରାଲିରେ କହିଥିଲେ l ଏଥି ସହିତ ଶତୃଘ୍ନ ସିହ୍ନା ମଧ୍ୟ ନିର୍ବାଚନ ଲଢ଼ିବା କଥାକୁ ଖଣ୍ଡନ କରିନାହାନ୍ତି । ତେବେ ଆପ୍‌ ବିଧିବଦ୍ଧ ଭାବେ କୌଣସି ଘୋଷଣା କରିନାହିଁ । ତେବେ ସେଠାରେ ଏହି ଦୁଇ ନେତା ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ବିଜେପି ଛାଡ଼ିବା ସମ୍ପର୍କରେ ଏପ୍ରିଲ୍‌ ୨୧ରେ ଘୋଷଣା କରିଥିଲେ । ଏଥିସହିତ ସେ ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ଦଳରେ ଯୋଗ ଦେବେନାହିଁ ବୋଲି କହିଥିଲେ । ଅପରପକ୍ଷେ ଶତୃଘ୍ନ ସିହ୍ନା ଦଳ ଛାଡ଼ିବା କଥା କହୁନଥିଲେ ମଧ୍ୟ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ