Connect with us

ଦେଶ

“ଆମେ ଆତଙ୍କବାଦୀ ନୁହଁ’- ଫାରୁକ ଅବଦୁଲ୍ଲା l

"ଆମେ ଆତଙ୍କବାଦୀ ନୁହଁ'- ଫାରୁକ ଅବଦୁଲ୍ଲା l

“ଆମେ ଆତଙ୍କବାଦୀ ନୁହଁ’
ନୂଆଦିଲ୍ଲୀ,୧୬ା୮ : ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ଆମେ ଆତଙ୍କବାଦୀ ନୁହଁ ଓ ଆମେ ଭାରତ ଠାରୁ ଅଲଗା ହେବାକୁ ଚାହୁଁନାହୁଁ । ଜନତାଦଳ ୟୁନାଇଟେଡ (ଜେଡିୟୁ)ର ପୂର୍ବତନ ନେତା ଶରତ ଯାଦବଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫାରୁକ ଯୋଗଦେଇ କହିଛନ୍ତି ଯେ, ଆମେ ଆତଙ୍କବାଦୀ ନୁହଁ, ଆମେ ଭାରତ ବିରୋଧୀ ନୁହେଁ କି ଭାରତ ଠାରୁ ଅଲଗା ହେବାକୁ ଇଚ୍ଛା କରୁନାହୁଁ । କିନ୍ତୁ ଆମେ ସେହି ଭାରତକୁ ଗ୍ରହଣ କରିପାରିବୁ ନାହିଁ ଯେଉଁଠି ଲୋକଙ୍କ ମଧ୍ୟରେ ସମାନତା ନଥିବ, ସେ ହିନ୍ଦୁ, ମୁସଲମାନ, ଶିଖ୍, ଇସାଇ ଯେଉଁ ଧର୍ମ ହେଉ ବି ନା କାହିଁକି ।

ଆମକୁ ସେହି ଭାରତ ଦରକାର ଯାହାର କଳ୍ପନା ଗାନ୍ଧିଜୀ କରିଥିଲେ । ସେ କହିଥି ଯେ, କେନ୍ଦ୍ର ସରକାର ଏହି (ଆଇନ ୩୫-ଏ) ବାହାନାରେ ଆମକୁ ହଇରାଣ କରିବାକୁ ଚାହୁଁଛନ୍ତି କିନ୍ତୁ ଆମେ ପ୍ରକାରରେ ମଧ୍ୟ ଏଥିରେ ପରିବର୍ତ୍ତନ କରିବାକୁ ଦେବୁନାହିଁ । ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସିପିଆଇଏମ୍ ନେତା ସୀତାରାମ ୟେଚୁରୀ, ଆରଜେଡି ନେତା ଜୟପ୍ରକାଶ ଯାଦବ ଓ ସମାଜବାଦୀ ପାର୍ଟି ବହୁ ନେତା ଯୋଗ ଦେଇଥିଲେ । ଫାରୁକ ଅବଦୁଲ୍ଲା କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ଆଇନ ୩୫-ଏର ସମର୍ଥନ କରୁଛନ୍ତି ।

ପୂର୍ବରୁ ସେ କହିଥିଲେ ଯେ, କେନ୍ଦ୍ର ସରକାର ୩୫-ଏ ଆଇନ ବାହାନାରେ ତାଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି । କିନ୍ତୁ ଆମେ କୌଣସି ପରିସ୍ଥିତିରେ ବି କେନ୍ଦ୍ର ସରକାରକୁ ଏହି ଆଇନରେ ସଂଶୋଧନ କରିବାକୁ ଦେବୁନାହିଁ । ସୁପ୍ରିମ୍କୋର୍ଟର ସମ୍ବିଧାନୀକ ପୀଠ ମଧ୍ୟ ଏହା କହିସାରିଛନ୍ତି ଯେ, ୩୫-ଏରେ କେନ୍ଦ୍ର ସରକାର କୌଣସି ପ୍ରକାର ପରିବର୍ତ୍ତନ କରିପାରିବେ ନାହିଁ । କିନ୍ତୁ ଏବେ ମଧ୍ୟ କେନ୍ଦ୍ର ସରକାର ଏହାକୁ ନେଇ ରାଜନୀତି କରୁଛନ୍ତି । ତେବେ ଯେତେେବେଳ ପର୍ଯ୍ୟନ୍ତ ମୁଁ କବର ପାଇନାହିଁ କେନ୍ଦ୍ର ବିରୁଦ୍ଧରେ ଏହି ଲଢ଼େଇ ଜାରି ରହିବ ବୋଲି ମତ ପ୍ରକାଶ କରିଛନ୍ତି ଅବଦୁଲ୍ଲା l

ସୂଚନାଥାଉ କି, ଏହି କାର୍ଯ୍ୟକ୍ରମ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏମ୍ସ ଯାଇଥିଲେ ଯେଉଁଠି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ