Connect with us

ଓଡିଶା

ଆବେଦନ ଫର୍ମ ଦାଖଲ ଅବଧି ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା

ସାଙ୍କେତିକ

ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନା ସମୀକ୍ଷା
ଆବେଦନ ଫର୍ମ ଦାଖଲ ଅବଧି ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା
ଭୁବନେଶ୍ୱର,୯ା୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀମାନଙ୍କ ସହିତ କାଳିଆ ଯୋଜନାର କାର୍ଯ୍ୟକାରୀତା ସମପର୍କରେ ଆଲୋଚନା କରିଥିଲେ । ଏହି କାଳିଆ ଯୋଜନାରେ ସାମିଲ ହେବାପାଇଁ ଚାଷୀମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନ ଫର୍ମ ଦାଖଲର ଶେଷ ତାରିଖ ଜାନୁଆରୀ ୧୦ ତାରିଖରୁ ଜାନୁଆରୀ ୧୫ ତାରିଖକୁ ଘୁଂଚାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟର ଆବେଦନ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଆବଶ୍ୟକସ୍ଥଳେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପରବର୍ତୀ ସମୟରେ ନିଷ୍ପତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ ନପଡ଼େ, ସେଥିପ୍ରତି ବିଶେଷ ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା