Connect with us

ଆଞ୍ଚଳିକ

ଆନନ୍ଦବଜାରରେ ଲାଗିବ ରେଟ୍ ଚାର୍ଟ l ଥାଳିର ଦର ୭୦, ୮୦, ୧୨୦ ଟଙ୍କା l

ଆନନ୍ଦବଜାରରେ ଲାଗିବ ରେଟ୍ ଚାର୍ଟ l ଥାଳିର ଦର ୭୦, ୮୦, ୧୨୦ ଟଙ୍କା l

ଆନନ୍ଦବଜାରରେ ଲାଗିବ ରେଟ୍ ଚାର୍ଟ
୭୦, ୮୦ ଓ ୧୨୦ରେ ମିଳିବ ଅଭଡା ଥାଳି

ପୁରୀ,୧୨ା୯ : ଶ୍ରୀମନ୍ଦିରରେ ସଂସ୍କାର ଓ ଶୃଙ୍ଖଳା ପାଇଁ ପଦକ୍ଷେପ ନିଆଯାଉଛି । ଏଣିକି ଆନନ୍ଦ ବଜାରରେ ଥାଳି ଦରରେ ଅଭଡ଼ା ମିଳିବ ବୋଳି ପରିଚାଳନା ବୈଠକରେ ପ୍ରସ୍ତାବ ରଖାଯଇଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଇଚ୍ଛା ପ୍ରକାଶ କରିଛି । କିନ୍ତୁ କେତେକ ସୁଆର ମହାସୁଆର ସେବକ ଏହାକୁ ବିରୋଧ କରିଛନ୍ତି । ଥାଳିର ଦର ୭୦, ୮୦, ୧୨୦ ଟଙ୍କା ରଖାଯିବ । ଏହା ସହ କୁଡୁଆର ରେଟ୍ ଚାର୍ଟ ଆନନ୍ଦ ବଜାରରେ ମରାଯିବ ।

ଭକ୍ତମାନେ ରେଟ୍ ଚାର୍ଟ ଦେଖି ଅଭଡ଼ା କୁଡ଼ୁଆ କିଣିବେ । ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀକୁ ପଚାରିବାରେ ସେମାନେ କହିଲେ ଏହି ପ୍ରସ୍ତାବ କମିଟିରେ ଆଲୋଚନା ହୋଇଛି । କିନ୍ତୁ ଶ୍ରୀମନ୍ଦିରରେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ଉପରେ ଏବେ ତନାଘନା ଚାଲିଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିରରେ ପ୍ରଥମେ ମାଗଣା ଟିକେଟ୍ ଓ ପରେ ଦେୟମୁକ୍ତ ଟିକେଟ୍ ହେବାର ବ୍ୟବସ୍ଥା କରାଯିବ ।

ଆନନ୍ଦବଜାରରେ ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ତେବେ ଥାଳି ବ୍ୟବସ୍ଥା ହେଲେ କଦଳୀ ପତ୍ରରେ କେଉଁ ମାପରେ କିପରି ପ୍ରଦାନ କରାଯିବ ତାକୁ ନେଇ ଚର୍ଚ୍ଚା ଚାଲିଛି । ଡାଲି, ପନିପରିବା ଦର ବୃଦ୍ଧି ହେଲେ କିପରି ପ୍ରସାଦ ପ୍ରଦାନ କରାଯିବ ତାକୁ ନେଇ ଦ୍ୱନ୍ଦ ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ