Connect with us

ଓଡିଶା

ଆନନ୍ଦବଜାରରେ ଖୁବଶୀଘ୍ର ଲାଗିବ ଦର ବଜାର ତାଲିକା : ମୁଖ୍ୟ ପ୍ରଶାସକ

ସାଙ୍କେତିକ ଚିତ୍ର

ଆନନ୍ଦବଜାରରେ ଖୁବଶୀଘ୍ର ଲାଗିବ ଦର ବଜାର ତାଲିକା : ମୁଖ୍ୟ ପ୍ରଶାସକ
ପୁରୀ,୪ା୧୨ : ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ନେଇ ଖୁବଶୀଘ୍ର ଦର ପ୍ରକାଶ ପାଇବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି ଶ୍ରୀମନ୍ଦିରରେ ମଙ୍ଗଳବାର ପରୀକ୍ଷା ମୂଳକ ଭାବରେ ମହାପ୍ରସାଦ ପ୍ରସ୍ତୁତ (ରନ୍ଧନ) ହୋଇଛି । ସୁଆର ନିଯୋଗ ସହ ଆଲୋଚନା ପରେ ଖୁବଶୀଘ୍ର ମହାପ୍ରସାଦ ଦର ନିର୍ଦ୍ଧାରଣ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ତେବେ ଦର କେବେ ପ୍ରକାଶ ପାଇବ ଏବଂ କିପରି ପ୍ରକାଶ ପାଇବ ଏନେଇ କୌଣସି ସମୟସୀମା ଧାର୍ଯ୍ୟ ହୋଇନାହିଁ ।

କିନ୍ତୁ ଖୁବଶୀଘ୍ର ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲାଗିବ ବୋଲି ଜଣାପଡିଛି । ମଙ୍ଗଳବାର ନୀତି ସବ୍-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ବୈଠକରେ ଡିସେମ୍ବର ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ଚୂଡାନ୍ତ ହୋଇଛି । ଏହି ସମୟରେର ରାତି ୧୧.୩୦ଟାରେ ପହୁଡ, ସକାଳ ୩ଟାରେ ଦ୍ୱାର ଫିଟା ନୀତି ହେବ ।

ଅନ୍ୟପକ୍ଷରେ ଅନଲାଇନରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଯେଉଁ ଟିକେଟ ବ୍ୟବସ୍ଥା କରାଯିବା ନେଇ ଯେଉଁ ଆୟୋଜନ ଚାଲିଛି ସେ ନେଇ ମଧ୍ୟ ଆଲୋଚନା ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା