Connect with us

ଓଡିଶା

ଆଦର୍ଶବିହୀନ ନେତାମାନେ କଂଗ୍ରେସ ଛାଡିଲେ ଦଳ ପାଇଁ ଶୁଭ : ନିରଂଜନ ପଟ୍ଟନାୟକ

ସାଙ୍କେତିକ

ଆଦର୍ଶବିହୀନ ନେତାମାନେ କଂଗ୍ରେସ ଛାଡିଲେ ଦଳ ପାଇଁ ଶୁଭ : ନିରଂଜନ ପଟ୍ଟନାୟକ
ଭୁବନେଶ୍ୱର:- ଭାରତ ବର୍ଷରେ ଆଦର୍ଶ କିଛି କାମ କରୁନାହିଁ । ଆଦର୍ଶକୁ ଅ।ଧାର କରି କେହି ରାଜନୀତି କରୁନାହାନ୍ତି । ତେଣୁ ଆଦର୍ଶବିହୀନ ନେତାମାନେ ଯେତେଶୀଘ୍ର ପାର୍ଟି ଛାଡ଼ିବେ ଦଳ ପାଇଁ ଶୁଭ ହେବ । ସେମାନେ ଛାଡ଼ିଲେ ସିନା ଆଦର୍ଶ ଥିବା ଭଲ ଲୋକ ଦଳରେ ସାମିଲ ହେବେ । ତା’ପରେ ଯାଇ ଦଳର ଉନ୍ନତି ହେବ ବୋଲି ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ସମେତ ୩ ଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ିବା ନେଇ ହେଉଥିବା ଆଲୋଚନା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଏହି ମନ୍ତବ୍ୟ ଦେଇଛନ୍ତି ।
ସେ କହିଛନ୍ତି ଯେ ବିଧାୟକମାନେ ଦଳ ଛାଡ଼ିଲେ ସେ ନିଶ୍ଚିତ ଦୁଃଖିତ । କିନ୍ତୁ ବର୍ତମାନ ରାଜ୍ୟରେ ଯାହା ରାଜନୈତିକ ସ୍ଥିତି ଅଛି, ସେ ବି ଦଳ ଛାଡ଼ି ଦେଲେ ମଧ୍ୟ କଂଗ୍ରେସର କିଛି କ୍ଷତି ହେବନି । ଅନ୍ୟପକ୍ଷରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ନୁହେଁ, ତାଙ୍କ ଦୁର୍ବଳତା ପାଇଁ ବିଧାୟକମାନେ ତାଙ୍କ ନିକଟକୁ ଯାଉଛନ୍ତି । ଅନ୍ୟ ଦଳକୁ ଭାଙ୍ଗି ବିଭିନ୍ନ ପ୍ରଲୋଭନ ଦେଖାଇ ନେତାଙ୍କୁ ନେଇଯାଉଛନ୍ତି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା