Connect with us

ଓଡିଶା

ଆଜି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ସାଙ୍କେତିକ

ଆଜି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର,୭ା୧ : କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଦିଆଯାଇଥିବା ୨ ଦିନିଆ ବନ୍ଦ ଡାକରା ଯୋଗୁଁ ମଙ୍ଗଳବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ସ୍କୁଲଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ ପ୍ରସ୍ତାବିତ ବନ୍ଦ ପାଳନକୁ ଦୃଷ୍ଟିରେ ରାଜ୍ୟ ସରକାର ସ୍କୁଲ ଗୁଡିକୁ ମଙ୍ଗଳବାର ଦିନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ତେବେ ବୁଧବାର ଦିନ ସ୍କୁଲ ବନ୍ଦ ରହିବ କି ନାହିଁ ସେନେଇ ପରେ ନିଷ୍ପତି ନିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା