Connect with us

ଓଡିଶା

ଆଜି ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିବେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ

ସାଙ୍କେତିକ

ଆଜି ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିବେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ
ଭୁବନେଶ୍ୱର, ୨୦ ଅପ୍ରେଲ – ରବିବାର ଓଡିଶା ଗସ୍ତରେ ନିର୍ବାଚନ ପ୍ରଚାର କରିବା ପାଇଁ ଆସୁଛନ୍ତି କେନ୍ଦ୍ର ରେଳ ଏବଂ କୋଇଲା ମନ୍ତ୍ରୀ ପିୟୂଷ ଗୋୟଲ । ଶ୍ରୀ ଗୋୟଲ ଆସନ୍ତାକାଲି ସକାଳ ୧୦.୩୦ରେ ପୁରୀ ନିର୍ବାଚନମଣ୍ଡଳୀ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ଅପରାହ୍ନ ୧ଟାରେ ଆଠଗଡ ନିର୍ବାଚନ ମଣ୍ଡଳୀର ଆଠଗଡ ମିନି ଷ୍ଟାଡିୟମରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ସାଧାରଣ ସଭାକୁ ସମ୍ଭୋଧିତ କରିବେ । ସମାବେଶ ପରେ ଶ୍ରୀ ଗୋୟଲ ଅପରାହ୍ନ ୩ଟାରେ ମହାକାଳପଡା ନିର୍ବାଚନମଣ୍ଡଳୀରେ ଏକ ବିଶାଳ ରୋଡ ସୋ ରେ ସାମିଲ ହେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା