Connect with us

ଓଡିଶା

ଆଜି ଛାଡଖାଇ

image

ଆ..କା..ମା..ବୈ : କାର୍ତିକ ପୂର୍ଣ୍ଣିମାରେ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
– ଆଜି ଛାଡଖାଇ
ଭୁବନେଶ୍ୱର:- ଶୁକ୍ରବାର ପବିତ୍ର କାର୍ତିକ ପୂର୍ଣ୍ଣିମା ସାରା ରାଜ୍ୟରେ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୋର ସାଢେ ୩ଟା ରୁ ରାଜଧାନୀ ସମେତ ଗାଁ ଠାରୁ ସହର ପର୍ଯ୍ୟନ୍ତ ନଦୀ , ପୋଖରୀ ଇତ୍ୟାଦି ଜଳାଶୟ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଓଡିଶାର ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଧର୍ମ ମାସ କାର୍ତିକ ଶେଷ ହେବା ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓଡ଼ିଶା ନୌବାଣିଜ୍ୟର ପ୍ରତୀକ ସ୍ୱରୂପ ବିଭିନ୍ନ ନଦୀଘାଟ ଓ ପୋଖରୀରେ ଡଙ୍ଗା ଭସାଇଛନ୍ତି ।

ଭୁବନେଶ୍ୱରର କୁଆଖାଇ , ଦୟା , ବିନ୍ଦୁ ସାଗର , ମହାନଦୀର ବିଭିନ୍ନ ଘାଟ, ପୁରୀ କେନାଲ , ମହୋଦଧୀ ସମେତ ସମସ୍ତ ନଦୀ ,ନାଳ ଓ ପୋଖରୀରେ ଶ୍ରଦ୍ଧାଳୁମାନେ ଡେଙ୍ଗା ଭସାଇଥିଲେ । କଦଳୀ ପାଟୁକା , କାଗଜ , ସୋଲି ଆଦିରେ ରଙ୍ଗ ବେରଙ୍ଗର ଡଙ୍ଗାରେ ଦୀପ ଲଗାଇ ଆ କା ମା ବୈ …. ପାନ ଗୁଆ ଥୋଇ ଗାଇ ନଦୀ ଘାଟରେ ଏହାକୁ ଭସାଇବାର ଦୃଶ୍ୟ ବେଶ୍ ମନୋରମ ଥିଲା । ଡଙ୍ଗା ଭସାଇବା ପରେ ଦେବ ଦର୍ଶନ କରିବାକୁ ମଧ୍ୟ ଭୁଲି ନଥିଲେ ଶ୍ରଦ୍ଧାଳୁ । ସେହିପରି ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ଆୟୋଜନ କରାଯାଇଥିଲା । ସାଧବ ସାଧବାଣୀ ବେଶରେ ସୁସଜ୍ଜିତ ବୋଇତରେ ଜଳ ଯାତ୍ରା କରିବାର ଦୃଶ୍ୟ ପୁରାତନ ପରମ୍ପରାକୁ ପୁଣି ଉଜ୍ଜିବୀତ କରିଥିଲା ।

ଅନ୍ୟପକ୍ଷରେ କାର୍ତିକ ମାସ ଶେଷ ହେବା ପରେ ଶନିବାର ଛାଡଖାଇ ପାଳିତ ହେବ । ବହୁ ଲୋକ ମାସେ ଧରି ଆମିଷ ଛାଡିଥିଲେ । ତେବେ ଛାଡଖାଇ ଶନିବାରରେ ପଡିଥିବାରୁ ଅନେକ ଆମିଷ ଖାଇବେନି । ତେଣୁ ରବିବାର ଦିନ ଛାଡଖାଇ ପାଳନ କରିବେ ବୋଲି କହିଛନ୍ତି କିଛି ରାଜଧାନୀ ବାସୀ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା