Connect with us

ଓଡିଶା

ଆଜି କଳା ଦିବସ ପାଳିବ କଂଗ୍ରେସ

ସାଙ୍କେତିକ

ଆଜି କଳା ଦିବସ ପାଳିବ କଂଗ୍ରେସ
ଭୁବନେଶ୍ୱର :- ରାଜ୍ୟ ସରକାର ପଂଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ ଏବଂ ଶକ୍ତିହୀନ କରିବା ସହିତ ପଂଚାୟତ ପ୍ରତିନିଧିମାନଙ୍କର ଭୂମିକାକୁ ଗୌଣ କରିବାପାଇଁ ଆମ ଗାଁ ଆମ ବିକାଶ ଏବଂ ପିଠା କାର୍ଯ୍ୟକ୍ରମର ପ୍ରଣୟନ କରାଯାଇଛି । ଏହାର ପ୍ରତିବାଦରେ ବୁଧବାର ଦିନ କଳା ଦିବସ ପାଳନ କରିବ କଂଗ୍ରେସ । ପ୍ରଦେଶ କଂଗ୍ରେସ କମିଟି ଓ ରାଜ୍ୟ ପଂଚାୟତ ସଭ୍ୟସଭ୍ୟା ମହାସଂଘ ତରଫରୁ ବୁଧବାର ପଂଚାୟତ କାର୍ଯ୍ୟାଳୟରେ କଳାପତାକା ଉଡ଼ାଯିବା ସହ ପଂଚାୟତ ପ୍ରତିନିଧି କଳା ବ୍ୟାଜ୍ ପିନ୍ଧିବେ ଏବଂ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅ।ୟୋଜିତ ହେବ । ଏହାସହ କଂଗ୍ରେସ ପକ୍ଷରୁ ଅଣାଯାଇଥିବା ୬ ଦଫା ଦାବିଗୁଡ଼ିକ ଉପରେ ପଂଚାୟତ ସ୍ତରରୁ ବ୍ୟାପକ ପ୍ରଚାର ଅଭିଯାନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପଠାଯିବ ।
କଂଗ୍ରେସର ଦାବି ଗୁଡିକ ହେଲା ଆମା ଗାଁ ଆମ ବିକାଶ ଯୋଜନାରେ ଯେଉଁ ପ୍ରକଳ୍ପ ଗୁଡ଼ିକୁ ଘୋଷଣା ହେଉଛି ତାହା ଗ୍ରାମ ସଭା/ ପଂଚାୟତ ର ବିନା ଅନୁମୋଦନରେ ଘୋଷଣା ନହେଉ । ଏହି ଯୋଜନାରେ ଘୋଷିତ ପ୍ରକଳ୍ପ ଗୁଡ଼ିକ ପଂଚାୟତ ପ୍ରତିନିଧିମାନଙ୍କ ସଂପୃକ୍ତିରେ କାର୍ଯ୍ୟକାରୀ ହେଉ । ପିଠା କାର୍ଯ୍ୟକ୍ରମରେ ପଂଚାୟତକୁ ସଂପୃକ୍ତ କରାଯାଉ ଏବଂ ପଂଚାୟତ ସମିତି ସଭ୍ୟ / ସଭ୍ୟାମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉ । ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ପାଇଁ ଖୋଲା ହାତ ପାଣ୍ଠିର ବ୍ୟବସ୍ଥା ରହୁ । ପଂଚାୟତ ପ୍ରତିନିଧି ଯଥା ୱାର୍ଡ ମେମ୍ବର, ସରପଂଚ, ସମିତିସଭ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନଙ୍କର ଭତାକୁ ସ୍ତର ଭିତିରେ ବୃଦ୍ଧି କରିବା ଏବଂ ସେମାନଙ୍କୁ ପାରିଶ୍ରମିକ ଦେବା , ପଂଚାୟତ ପ୍ରତିନିଧିମାନଙ୍କୁ ସରକାରୀ ଅଫିସର / କର୍ମଚାରୀ ମାନଙ୍କୁ ଲୋକ ପ୍ରତିନିଧି ଭାବରେ ମର୍ଯ୍ୟଦା ଓ ସମ୍ମାନ ଦେବା ଏବଂ ୭୩ ତମ ସମ୍ବିଧାନ ସଂଶୋଧନ ଆଇନ୍ ଅନୁଯାୟୀ ପଂଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଇତ୍ୟାଦି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା