Connect with us

ଓଡିଶା

ଆଜି ଓଡିଶା ବନ୍ଦ

ସାଙ୍କେତିକ

ଆଜି ଓଡିଶା ବନ୍ଦ
ଭୁବନେଶ୍ୱର, ୨୦ ଫେବୃଆରୀ – ଚାଷୀଙ୍କୁ ପ୍ରାଇସ୍ , ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ଏବଂ ବାରମ୍ବାର ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ଗୁରୁବାର ଓଡିଶା ବନ୍ଦ ଡାକରା ଦିଆଯାଇଛି । ଉଭୟ କଂଗ୍ରେସ ଓ ବିଜେପି ଏହି ଆନ୍ଦୋଳନକୁ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛନ୍ତି । ଆନ୍ଦୋଳନ ଯୋଗୁଁ ମାଟ୍ରିକ୍ ପରୀକ୍ଷା କୌଣସି ପ୍ରକାର ପ୍ରଭାବିତ ହେବ ନାହିଁ । ପରୀକ୍ଷାର୍ଥୀ ଯେପରି କୌଣସି ସସମ୍ୟାର ସମ୍ମୁଖୀନ ନହୁଅନ୍ତି ଏଥିପାଇଁ କର୍ମୀ ମାନଙ୍କୁ ଜଣାଇ ଦିଆଯାଇଛି । ଅତ୍ୟାବଶ୍ୟକ ସେବା ଗୁଡିକୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯାଇଛି ବୋଲି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜ ଅକ୍ଷୟ କୁମାର ସୂଚନା ଦେଇଛନ୍ତି ।
ବନ୍ଦ ପାଇଁ ଗୁରୁବାର ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ସରକାରୀ କର୍ମଚାରୀମାନଙ୍କୁ ସକାଳ ସାଢେ ୯ଟା ପୂର୍ବରୁ କାର୍ଯ୍ୟାଳୟରେ ପହଂଚିବାକୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା