Connect with us

ଓଡିଶା

ଆଜିି ଆସିଲେ ରାହୁଲ

ସାଙ୍କେତିକ

ଆଜିି ଆସିଲେ ରାହୁଲ
ଭୁବନେଶ୍ୱର,: ଆଜି ଶୁକ୍ରବାର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଗସ୍ତରେ ଆସିଛନ୍ତି । ପୂର୍ବାହ୍ନ ୧୦ଟା ୩୦ ରେ ରାହୁଲ ଓଡିଶାରେ ପହଁଚିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ସ୍ଥାନୀୟ ଏକ ହୋଟେଲରେ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା କରିବେ । ଅପରାହ୍ନ ୨ ଟା ୩୦ରେ ରାହୁଲ ତମାଣ୍ଡୋ ମିନି ଷ୍ଟାଡିୟମ୍ ଯାଇ ସେଠାରେ ଆୟୋଜିତ ହେବାକୁ ଥିବା ପରିବର୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ । ବିଏସଏନଏଲ ଓ ହାଲ କର୍ମଚାରୀଙ୍କ ସହିତ ଆଲୋଚନା କରିବାପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । ଆଜି ଅପରାହ୍ନରେ ୫ଟା ରେ ରାହୁଲ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ସୂଚନା ମିଳିଛି ।

ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ସୁରକ୍ଷା ଓ ପ୍ରସ୍ତୁତି ତଦାରଖ କରାଯାଇଛି । ଅପରପକ୍ଷରେ ଆସନ୍ତା ଫେବ୍ରୁଆରୀରେ ରାହୁଲ ପୁଣି ଥରେ ଓଡ଼ିଶା ଆସିବେ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଦକ୍ଷିଣ ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା