Connect with us

ଦେଶ

ଆଜିଠାରୁ ସଂସଦରେ ଶୀତକାଳୀନ ଅଧିବେଶନ

ସାଙ୍କେତିକ ଚିତ୍ର

ଆଜିଠାରୁ ସଂସଦରେ ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୧୦ା୧୨ : ଜନସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗରେ ଗୃହରେ ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବିରୋଧୀ ଦଳର ଯେକୌଣସି ପ୍ରଶ୍ନର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସର୍ବଦଳୀୟ ବୈଠକ ପରେ ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀତକାଳୀନ ଅଧିବେଶନରେ ଗୃହର ସୁପରିଚାଳନା ପାଇଁ ବିରୋଧୀ ଦଳର ସହଯୋଗ କାମନା କରିଛନ୍ତି । ଲୋକଙ୍କ ସମସ୍ୟା ଏବଂ ବିକାଶ ସମ୍ପର୍କିତ ସମସ୍ତ ବିଷୟ ଆଲୋଚନାରେ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଅରୁଣ ଜେଟଲି, ନରେନ୍ଦ୍ର ସିଂହ ତୋମାର, କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ମଲ୍ଲିକାର୍ଜୁନ ଖଡ୍ଗେ, ସିପିଆଇ ନେତା ଡି.ରାଜା, ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟଙ୍କ ସମେତ ଅନେକ ନେତା ବୈଠକରେ ଯୋଗ ଦେଇଥିଲେ । ଉଭୟ ଗୃହରେ କାର୍ଯ୍ୟଧାରା ସୁରୁଖୁରୁରେ ପରିଚାଳନା କରିବା ପାଇଁ ସରକାର ଏହି ବୈଠକରେ ରାଜନୈତିକ ଦଳଗୁଡିକର ସହଯୋଗ ଲୋଡିଛନ୍ତି । ଅନ୍ୟପକ୍ଷରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଗୃହର କାର୍ଯ୍ୟଧାରାକୁ ସୁରୁଖୁରୁରେ ଚଲାଇବା ଲାଗି ସହମତି ହାସଲ ନିମନ୍ତେ ଆଜି ମଧ୍ୟ ଆଉଏକ ସର୍ବଦଳୀୟ ବୈଠକ ଡକାଇଥିଲେ ।

ସରକାରଙ୍କୁ ଘେରିବା ପାଇଁ ରଣନୀତି ସଂକ୍ରାନ୍ତରେ ଆଲୋଚନା କରିବାକୁ ବିରୋଧୀ ଦଳ ଗୁଡିକ ମଧ୍ୟ ଏକ ବୈଠକରେ ମିଳିତ ହେଉଛନ୍ତି । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମଙ୍ଗଳବାର ରାଜନୈତିକ ଦଳଗୁଡିକର ନେତାମାନଙ୍କ ସହ ଆଲୋଚନା କରିବେ । ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ତାଲିବାକୁ ଥିବା ଏହି ଶୀତକାଳୀନ ଅଧିବେଶନ ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ଓ ପୂର୍ଣ୍ଣ ଅଧିବେଶନ ହେବ । ଏହି ଅଧିବେଶନ ୨୦ଥର ବସିବ, ଯେଉଁଥିରେ ରାଜ୍ୟସଭାରେ ୮ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଓ ଲୋକସଭାରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପିତ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ