Connect with us

ଓଡିଶା

ଆଜିଠାରୁ ଶୀତକାଳୀନ ଅଧିବେଶନ

ସାଙ୍କେତିକ ଚିତ୍ର

ଆଜିଠାରୁ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୧୫ା୧୧: ଶୁକ୍ରବାର ଠାରୁ ଓଡିଶା ବିଧାନସଭାର ଅଧିବେଶନ ଆରମ୍ଭ ହେବ । ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଚଳିତ ଅଧିବେଶନରେ ମୋଟ ୨୩ ଟି କାର୍ଯ୍ୟ ଦିବସ ରହିଛି । ଏଥିମଧ୍ୟରୁ ୪ ଟି ବେସରକାରୀ ଦିବସ ରହିଥିବା ବେଳେ ୧୯ଟି ସରକାରୀ ଦିବସ ରହିଛି । ପ୍ରଫେଟ୍ ମହମ୍ମଦ ଓ ରାସ ପୂର୍ଣ୍ଣିମା ପାଇଁ ୨ ଦିନ ଛୁଟି ଓ ଦ୍ୱିତୀୟ ଶନିବାର ଓ ରବିବାର ପାଇଁ ୫ ଦିନ ଗୃହର ବୈଠକ ବସିବ ନାହିଁ । ନଭେମ୍ବର ୧୭ , ୩୦ , ଡିସେମ୍ବର ୭ ଓ ୧୪ ତାରିଖ ୪ ଦିନ ବେସରକାରୀ ଦିବସ ଭାବେ ରଖାଯାଇଛି ।

ଏହି ଅଧିବେଶନର ପ୍ରଥମ ଦିନରେ ପରଲୋକଗତ ହୋଇଥିବା ପୂର୍ବତନ ବିଧାୟକ ପ୍ରସନ୍ନ ପାଲ ଓ ବଂଶୀଧର ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବେ । ଏହା ପରେ ବିଭିନ୍ନ ରାଜନୈତକ ଦଳର ନେତାମାନେ ଏଥିରେ ଅଂଶଗ୍ରହଣ କରି  ଶ୍ରଦ୍ଧାଞ୍ଜଳି ଜଣାଇବେ । ସେମାନଙ୍କର ଆତ୍ମାର ସଦଗତି  କାମନା କରି ୧ ମିନିଟ୍ ନୀରବ ପ୍ରାର୍ଥନା କରାଯିବ ।  ନଭେମ୍ବର ୧୬ ଏବଂ ୩୦ ଓ ଡିସେମ୍ବର ୭ ଓ ୧୪ ତାରିଖରେ ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି , ବାଣିଜ୍ୟ , ଅଣୁ କ୍ଷୂଦ୍ର ଏବଂ ମଧ୍ୟମ ଉଦ୍ୟୋଗ , ପରିବହନ , ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଉପରେ ଆଲୋଚନା କରାଯିବ । ନଭେମ୍ବର ୧୭, ୨୪ , ଡିସେମ୍ବର ୧ ଓ ୧୫ ତାରିଖରେ ଅନୁସୂଚିତ ଜାତି , ଜନଜାତି ବିକାଶ , ପର୍ଯ୍ୟଟନ , କ୍ରୀଡା ଓ ଯେୁବ ସେବା , ହସ୍ତତନ୍ତ ଓ ବୟନ ଶିଳ୍ପ , ଓଡିଆ ଭାଷା , ସାହିତ୍ୟ , ସଂସ୍କୃତି ଏବଂ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଉପରେ ଆଲୋଚନା କରାଯିବ । ସେହିପରି ନଭେମ୍ବର ୧୯,୨୬ , ଡିସେମ୍ବର ୩ ଓ ୧୦ ରେ ସ୍ୱରାଷ୍ଟ୍ର , ଅର୍ଥ , ର।ଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ,ପୂର୍ତ , ଅବକାରୀ , ଇସ୍ପାତ ଓ ଖଣି ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗ ଉପରେ ଆଲୋଚନା ହେବ ।

ନଭେମ୍ବର ୨୦ ,୨୭ ,ଡିସେମ୍ବର ୪ ଓ ୧୧ ତାରିଖରେ ପଂଚାୟତରାଜ ଓ ପାନୀୟ ଜଳ , ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ ,କୃଷି ଓ କୃଷକ ସଶକ୍ତକରଣ , ଗୃହ ନିର୍ମାଣ ଓ ନଗର ଉନ୍ନୟନ , ସଂସଦୀୟ ବ୍ୟାପାର , ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ , ସାଧାରଣ ଉଦ୍ୟୋଗ ସଂକ୍ରାନ୍ତୀୟ ପ୍ରଶ୍ନ ର ଆଲୋଚନା କରାଯିବ । ନଭେମ୍ବର ୨୨,୨୯ , ଡିସେମ୍ବର ୬ ଓ ୧୩ ତାରିଖରେ ସ୍କୁଲ ଓ ଗଣଶିକ୍ଷା , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଉଚ୍ଚଶିକ୍ଷା , ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା , ଆଇନ୍ , ଶିଳ୍ପ , ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରଶ୍ନ ଆଲୋଚିତ ହେବ । ନଭେମ୍ବର ୨୮ , ଡିସେମ୍ବର ୫ ଓ ୧୨ ତାରିଖରେ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ , ଜଙ୍ଗଲ ଓ ପରିବେଶ , ଶକ୍ତିି , ଯୋଜନା ଓ ସଂଯୋଜନା, ସମବାୟ, ଶ୍ରମ , କର୍ମଚାରୀ ଓ ରାଜ୍ୟବୀମା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପରେ ଆଲୋଚନା କରାଯିବ  ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୩ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭା ବୈଠକ ସମ୍ପର୍କରେ ସମନ ଜାରୀ କରିଥିଲେ । ଏହାପରେ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବୈଠକ କାର୍ଯ୍ୟକ୍ରମ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା